୭ ନୁହେଁ ୪ଫେରାରେ ହେଲା ବିବାହ : କାହିଁକି ୪ ଫେରା ନେଲେ ରଣବୀର-ଆଲିଆ ?

559

କନକ ବ୍ୟୁରୋ : ବିବାହ ବନ୍ଧନ ବାନ୍ଧି ହୋଇଥିବା ରଣବୀର ଓ ଆଲିଆଙ୍କ ବିଷୟରେ ଏକ ରୋଚକ କଥା ସାମନାକୁ ଆସିଛି । ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ବେଳେ ଉଭୟ ୭ନୁହେଁ ବରଂ ୪ଫେରା ନେଇଛନ୍ତି । ଆଉ ଏହି କଥା କହିଛନ୍ତି ଆଲିଆଙ୍କ ଭାଇ ରାହୁଲ ଭଟ୍ଟ । ଆଲିଆ-ରଣବୀର ୭ ଫେରାର ପରମ୍ପରାକୁ ପାଳନ କରିନାହାନ୍ତି । ଉଭୟ ଦମ୍ପତି ୭ ଫେରା ନେବା ବଦଳରେ ୪ ଫେରା ନେଇଥିବା କହିଛନ୍ତି ରାହୁଲ ଭଟ୍ଟ ।

ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କପୁର ପରିବାରର ପାରିବାରିକ ବ୍ରାହ୍ମଣଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ପାଳନ ହୋଇଥିଲା । ଏବଂ ତାଙ୍କ ନିର୍ଦ୍ଦେଶ ଅନୁସାରେ ୪ଫେରା ନେଇଥିଲେ ରଣବୀର-ଆଲିଆ । ୪ଫେରା ଓ ୭ବଚନ କଥା ୟର୍ଜୁବେଦରେ ଉଲ୍ଲେଖ ରହିଛି । ପରେ ଏହି ସଂଖ୍ୟା ବଢି ବଢି ୭ଫେରା ପର୍ଯ୍ୟନ୍ତ ପହଂଚିଛି । କିନ୍ତୁ ହିନ୍ଦୁ ଧର୍ମ ପାଳନ କରୁଥିବା ଅନେକ ରାଜ୍ୟ ଓ ଅଂଚଳରେ ଏବେବି ବିବାହ ବେଳେ ୪ଫେରା ନିଆଯାଇଥାଏ । ଏବେବି ଶିଖ ସମ୍ପ୍ରଦାୟରେ ଅନେକ ବ୍ୟକ୍ତି ୪ଫେରା ଉପରେ ବିଶ୍ୱାସ ରଖନ୍ତି ।

ଗୁରୁବାର କପୁର ହାଉସ ବାସ୍ତୁରେ ରଣବୀର ଆଲିଆ ବିବାହ ସମ୍ପନ୍ନ ହୋଇଛି । କିନ୍ତୁ ବିବାହରେ ୪ଫେରାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସେପଟେ ବିବାହର ଫଟୋକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଆଲିଆ ଭଟ୍ଟ ଲେଖିଛନ୍ତି, ପରିବାର ଓ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ, ନିଜ ମନ ପସନ୍ଦ ଜାଗରେ ବିବାହ ହୋଇଛି । ଏହାସହ ନିଜ ସମ୍ପର୍କର ପାଂଚ ସେଠାରେ ବିତାଇଥିବା କଥା ଲେଖିଛନ୍ତି ଆଲିଆ । ତାଙ୍କ ବିବାହର ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଥିବା ବେଳେ ଗଣମାଧ୍ୟମ ପାଇଁ କପୁର ହାଉସ ବାହାରକୁ ଆସିଥିଲେ ନବଦମ୍ପତି ।