କନକ ବ୍ୟୁରୋ: ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗତ କିଛି ଦିନ ବେଶ ଚର୍ଚ୍ଚା ହେଇଆସୁଛି । କୁହାଯାଉଥିଲା ରଣବୀର ଓ ଆଲିଆଙ୍କ ବିବାହ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ହେବ । ସେମାନଙ୍କ ବିବାହ ମୁମ୍ବାଇର ଆରକେ ହାଉସରେ ହେବ । ଅବଶ୍ୟ ଯେତେବେଳେ ଏନେଇ ରଣବୀରଙ୍କୁ ପଚରାଯାଇଥିଲା ସେ ଏନେଇ କିଛି ଜାଣିନଥିବା କହିଥିଲେ । ତେବେ ସବୁ ଚର୍ଚ୍ଚା ପରେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହର ତାରିଖ ଆସିଯାରିଛି । ଉଭୟ ଏପ୍ରିଲ ୧୭ ତାରିଖରେ ବିବାହ କରିବେ ବୋଲି ଜଣାପଡିଛି ।

Advertisment

ରଣବୀର ଏବଂ ଆଲିଆଙ୍କ ବିବାହ ବଲିଉଡର ସବୁଠୁ ଚୁର୍ଚ୍ଚିତ ବିବାହ ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ବିଟାଉନ୍ ରିପୋର୍ଟ ମୁତାବକଳ, ଉଭୟଙ୍କ ବିବାହ ଏପ୍ରିଲ ୧୭ରେ ହେବ । ଆଲିଆଙ୍କ ଅଜାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଉଭୟଙ୍କ ବିବାହ ଶୀଘ୍ର କରାଯିବାକୁ ଦୁହେଁ ନିଷ୍ପତ୍ତି ନେଇଛନ୍ତି । ଏହି ତାରିଖରେ କେବଳ ନିଜ ପରିଜନଙ୍କ ଉପସ୍ଥିତିରେ ବିବାହ ହେବ, ଯେଉଁଥିରେ କେବଳ ପରିବାର ଲୋକ ଏବଂ କେବଳ ନିକଟ ସମ୍ପର୍କୀୟଙ୍କମାନେ ଉପସ୍ଥିତ ରହିବେ । ବିବାହ ଆରକେ ଷ୍ଟୁୁଡିଓରେ ହେବ । ପୂର୍ବରୁ ଉଭୟଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବ ବୋଲି ଚର୍ଚ୍ଚା ହେଉଥିଲା ।