କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ଘଟଣା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିବା ଓଡିଆ ଯବାନ ସହିଦ

867

କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ରାଣ ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିବା ଜଣାପଡିଛି । ସହିଦ ରାଣା ପ୍ରତାପଙ୍କ ଘର ଅନୁଗୋଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ । ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଗୋଟିଏ ୧ ବର୍ଷର ପୁଅ ଅଛି । ସେ ବିହାରରେ ଗୟାରେ ବିବାହ କରିଥିଲେ ।

ବୁଧବାର ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହିତ ୧୩ ଜଣ ଯବାନଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାର ତଦନ୍ତ ପାଇଁ ବାୟୁସେନା କୋର୍ଟ ଅଫ୍ ଇନକ୍ୟୁାରୀ ଅର୍ଡର ଦେଇଛି । ହେଲିକପ୍ଟରଟି ତାମିଲନାଡୁର କୋୟେମ୍ବଟୁର ପାଖରେ ଥିବା ସୁଲୁର ବାୟୁସେନା ବିମାନ ବନ୍ଦରରୁ ସକାଳ ୧୦ଟାରେ ଉଡାଣ ଭରିଥିଲା । କିନ୍ତୁ ଦିନ ୧୨ଟା ପରେ ପରେ ନିଳଗିରି ପର୍ବତାଚଂଳ ପାଖରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।