କନକ ବ୍ୟୁରୋ : ବଢ଼ିଲା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କ ପାଇଁ ଅଡୁଆ । ଆଜି ଭୋର ୪ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିବାବେଳେ ରାଣାଙ୍କ ପରିବାର ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିଲା । ଆଜି ରାଣାଙ୍କ ଝିଅ ରୋଶନୀ କପୁର ଲଣ୍ଡନ ଯିବାକୁ ବିମାନବନ୍ଦର ଯାଇଥିବାବେଳେ ତାଙ୍କୁ ଯିବାକୁ ଦିଆଯାଇନାହିଁ । ରୋଶନୀ ମୁମ୍ବାଇ ବିମାନବନ୍ଦରରୁ ଲଣ୍ଡନ ଯିବାକୁ ବାହାରିଥିବାବେଳେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଥିବାରୁ ବାହାର ଦେଶକୁ ଯିବାକୁ ଅନୁମତି ମିଳିନାହିଁ ।
/kanak/media/post_attachments/wp-content/uploads/2020/03/image.jpg) ସୂଚନାଯୋଗ୍ୟ ଯେ, ଆର୍ଥିକ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ଦିନ କଟକଣା ଜାରି କରିଥିଲା। ଏଥିସହିତ ବ୍ୟାଙ୍କରୁ ୩୦ ଦିନ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଥିଲା । ଏହା ପରେ ଇଡି ପକ୍ଷରୁ ରାଣା ଏବଂ ଅନ୍ୟମାନଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଆର୍ଥିକ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ଦିନ କଟକଣା ଜାରି କରିଥିଲା। ଏଥିସହିତ ବ୍ୟାଙ୍କରୁ ୩୦ ଦିନ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଗ୍ରାହକମାନେ ଉଠାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଥିଲା । ଏହା ପରେ ଇଡି ପକ୍ଷରୁ ରାଣା ଏବଂ ଅନ୍ୟମାନଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା ।
ଶୁକ୍ରବାର ରାତିରେ ଇଡି ଅଧିକାରୀମାନେ ରାଣା କପୁରଙ୍କ ମୁମ୍ବାଇର ସମୁଦ୍ର ମହଲସ୍ଥିତ ବାସଭବନରେ ଚଢ଼ଉ କରିବା ସହିତ ଜେରା କରିଥିଲେ । ସାରା ରାତି ତାଙ୍କୁ ଜେରା କରାଯାଇଥିଲା । ଏହାପରେ ଗିରଫ କରାଯାଇ ମାର୍ଚ୍ଚ ୧୧ ତାରିଖ ଯାଏଁ ଇଡିର ହେପାଜତକୁ ପଠାଇଦିଆଯାଇଛି । ଏଥିସହିତ କପୁର ଦମ୍ପତି ଯେଭଳି ଦେଶ ଛାଡ଼ି ନଯିବେ ସେଥିପାଇଁ ସେମାନଙ୍କ ବିରୋଧରେ ଇଡି ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/roshni-kapoor_001-696x470.jpeg)