ରିଲିଜ୍ ପରେ ଏବେ ଚାରିଆଡେ ବାହୁବଳୀ ସୁନାମୀ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତ ଗଣମାଧ୍ୟରେ ବାହୁବଳୀ ଚର୍ଚ୍ଚା । ତେବେ ସିନେମାରେ ମୁଖ୍ୟ ଖଳନାୟକ ଭଲ୍ଲାଲଦେବ ଅର୍ଥାତ୍ ରାଣା ଦଗୁବତୀଙ୍କୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିିଛି ।
ନିଜ ଦମଦାର ଅଭିନୟରେ ସମସ୍ତଙ୍କ ହୃଦୟ ଜିତିପାରିଥିବା ରାଣାଙ୍କ ଗୋଟିଏ ଆଖିକୁ ଦେଖାଯାଏ ନାହିଁ । ତାଙ୍କର ଡାହାଣ ଆଖିକୁ କିଛି ଦେଖାଯାଉନଥିବା ସ୍ୱୀକାର କରିଛନ୍ତି ନିଜେ ରାଣା । ପିଲାବେଳେ ତାଙ୍କର ଡାହାଣ ଆଖି ଦୃଷ୍ଟିହୀନ ଥିବାରୁ ଜଣେ ବ୍ୟକ୍ତି ନିଜର ଆଖି ଦାନ କରିଥିଲେ । ତେବେ କିଛି ଦିନ ପରେ ସେ ଆଖିକୁ ମଧ୍ୟ ଦେଖାଯାଉନାହିଁ । ଯଦି ସେ ତାଙ୍କର ବାମ ଆଖି ବନ୍ଦ କରିଦିଅନ୍ତି ତେବେ ଡାହାଣ ଆଖିକୁ କିଛି ବି ଦେଖାଯାଏ ନାହିଁ । ତେବେ ଗୋଟିଏ ଆଖି ଥାଇ ମଧ୍ୟ କେବେ ହାରି ଯାଇନାହାଁନ୍ତି ରାଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/rana-daggubati.jpg)