କନକ ବ୍ୟୁରୋ: ବରଗଡ ଜିଲ୍ଲାରେ ଉନ୍ନତିକରଣ କାମରେ ଘୋଟାଲା । କେନାଲ କଂକ୍ରିଟ୍ କରିବା ଆଳରେ ନିମ୍ନମାନର କାମ କରି ମାଲମାଲ ଠିକାଦାର ଓ ଅଧିକାରୀ । ହାତ ମାରିଦେଲେ ଝଡ଼ିପଡୁଛି କଂକ୍ରିଟ ସେମେଣ୍ଟ । ନିମ୍ନମାନର କାମ ଜଳଜଳ ହୋଇ ଦିଶୁଥିଲେ ମଧ୍ୟ କୌଣସି କାର୍ୟ୍ୟନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।
ବରଗଡ଼ ମୁଖ୍ୟ କେନାଲର କଂକ୍ରିଟକରଣ ନାଁରେ ଲୁଟିଛନ୍ତି ବିଭାଗୀୟ ଅଧିକାରୀ ଓ ନିର୍ମାଣ ଦାୟିତ୍ବରେ ଥିବା ସଂସ୍ଥା । (ଡବଲ ୱିଣ୍ଡୋ) ଗତବର୍ଷ ନିର୍ମାମାନର କାମ ହୋଇଥିଲା । ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଏବେ ପୁଣି ସେହି ସମାନ ଦୃଶ୍ୟ ଓ ସମାନ ଅଭିଯୋଗ । ୪ଇଞ୍ଚ ବଦଳରେ ଗୋଟିଏ ଇଞ୍ଚର କଂକ୍ରିଟ ହୋଇଛି । ୨ଶହ କୋଟି ଖର୍ଚ୍ଚରେ ୨୫ କିଲୋମିଟର କଂକ୍ରିଟକରଣ କରୁଛି ବାଲାଜୀ ଇଣ୍ଡିକନ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା । ଶହଶହ କୋଟିର ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଥିଲେ ବି ଅଧିକ୍ଷଣ ଯନ୍ତ୍ରୀ କହୁଛନ୍ତି ସେମିତି କିଛି ହୋଇନାହିଁ । ଅନ୍ୟପଟେ ଏହାକୁ ନେଇ ବରଗଡ ଚାଷୀ ମହଲରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।
ନିମ୍ନମାନର କାମ ନେଇ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ ଅଭିଯୋଗ ହେଇଥିଲେ ବି ବିଭାଗୀୟ ଅଧିକାରୀ ଚୁପ୍ କାହିଁକି? ବୋଲି ପ୍ରଶ୍ନ ଉଠୁଛି। ଦୁର୍ନୀତି ଖୋର ଅଧିକାରୀଙ୍କୁ ସୁଧୁରିଯିବାକୁ ପରାମର୍ଶ ଦେବା ସହ ଦୁର୍ନୀତିର ତଦନ୍ତ କରାଯିବ ବୋଲି କହିଛନ୍ତି ବରଗଡ ବିଧାୟକ ଅଶ୍ୱନୀ ଷଡ଼ଙ୍ଗୀ । ତେବେ ପ୍ରଶାସନ ଏହି ଘଟଣାରେ ଏଥର ପଦେକ୍ଷପ ନେବ ନା ପୂର୍ବ ଭଳି ଏଥର ବି ଦୁର୍ନୀତି ଲୁଚି ଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/52-1.jpg)