ନଭେମ୍ବରରୁ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେବ ସ୍ୱତନ୍ତ୍ର ଡ୍ରେସ କୋଡ

90

କନକ ବ୍ୟୁରୋ : ନଭେମ୍ବରରୁ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା । ଉତର ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ । ଏଥିପାଇଁ ନିର୍ମାଣ ହେଉଛି ସ୍ୱତନ୍ତ୍ର ରାମ୍ପ । ଦଶରୁ ଅଧିକ ହୁଇଲ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ୱାଇବିପି ସ୍ୱେଚ୍ଛାସେବୀମାନେ ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନ କରାଇବେ ।
ସେପଟେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେବ ସ୍ୱତନ୍ତ୍ର ଡ୍ରେସ କୋଡ । ନୀତିକାନ୍ତି ସହ ଜଡ଼ିତ କର୍ମଚାରୀମାନେ ନିର୍ଦିଷ୍ଟ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବ । ସେପଟେ ସେବାୟତ ମାନେ ପାରମ୍ପରିକ ବେଶ ପୋଷାକ ଅର୍ଥାତ ପାଟ ମୁକୁଟା ପିନ୍ଧି ନୀତି କରିବେ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଖୁବଶୀଘ୍ର ଡ୍ରେସକୋଡ ଓ ଦିବ୍ୟାଙ୍ଗ ଭକ୍ତଙ୍କ ର୍ଦାନ ବ୍ୟସ୍ଥା ନେଇ ଆସିବ ଗାଇଡଲାଇନ । ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏଥିରେ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।