କନକ ବ୍ୟୁରୋ: ବଜେଟ ଅଧିବେଶନ ଶେଷ ଦିନରେ ରାମମନ୍ଦିର ପ୍ରସଙ୍ଗରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଛି । ରାମମନ୍ଦିର ନିର୍ମାଣ ଓ ବାଳକରାମଙ୍କ ପ୍ରାଣପ୍ରତିଷ୍ଠା ଉପରେ ଚର୍ଚ୍ଚା କରାଯାଇଛି । ଉଭୟ ବିରୋଧୀ ଓ ଶାସକ ଏନେଇ ନିଜର ସମ୍ବୋଧନ ରଖିଛନ୍ତି । ସରକାର କହିଛନ୍ତି, ରାମ ଯେଉଁଠି, ଧର୍ମ ସେଇଠି । ବିଜେପି ସରକାର ବିନା ରାମମନ୍ଦିର ନିର୍ମାଣ ଅସମ୍ଭବ ଥିଲା ।

  • ସଂସଦରେ ଉଠିଲା ରାମମନ୍ଦିର ପ୍ରସଙ୍ଗ
  • ଶାସକ-ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା

ବଜେଟ ଅଧିବେଶନର ଶେଷ ଦିନରେ ସଂସଦରେ ଉଠିଛି ରାମମନ୍ଦିର ପ୍ରସଙ୍ଗ । ଅଯୋଧ୍ୟା ରାମମନ୍ଦିର ପ୍ରସଙ୍ଗ ଉପରେ ଲୋକସଭାରେ ଚର୍ଚ୍ଚା କରାଯାଇଛି । ଐତିହାସିକ ରାମମନ୍ଦିର ନିର୍ମାଣ ଓ ପ୍ରାଣପ୍ରତିଷ୍ଠା ଚର୍ଚ୍ଚାରେ ଶାସକ ଓ ବିରୋଧୀ ନିଜ ନିଜର ଅଭିଭାଷଣ ରଖିଛନ୍ତି । ବିଜେପି କହିଛି, ଯେଉଁଠି ରାମ ଯେଉଁଠି, ଧର୍ମ ସେଇଠି । ବିଜେପି ସାଂସଦ ସତ୍ୟପାଳ ସିଂ ଅଭିଭାଷଣ ରଖି କହିଥିଲେ, ଯିଏ ଧର୍ମକୁ ନଷ୍ଟ କରନ୍ତି ତାଙ୍କ ପତନ ହୁଏ । ଯିଏ ଧର୍ମକୁ ରକ୍ଷା କରିବାକୁ ଆଗେଇ ଆସନ୍ତି ସେ, ମଧ୍ୟ ହତ୍ୟାର ଶିକାର ହୁଅନ୍ତି । କଂଗ୍ରେସର ସ୍ଥିତି ପତ୍ତନ ଆଡକୁ ମୁହାଁଉଛି କାରଣ ଦଳ ସବୁବୁଳେ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରି ଆସିଛି । ସେପଟେ କଂଗ୍ରେସ ସାଂସଦ ଗୌରବ ଗୋଗାଇ ମଧ୍ୟ ରାମଙ୍କୁ ନେଇ ନିଜ ଅଭିଭାଷଣ ରଖିଥିଲେ ।

ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିିଥିଲେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାମମନ୍ଦିର ପ୍ରସଙ୍ଗକୁ ନେଇ ଗୃହରେ ଅଭିଭାଷଣ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ରାମମନ୍ଦିର ଓ ପ୍ରଭୁ ରାମଙ୍କ ବିରୋଧରେ ଯେଉଁ ଅପ୍ରଚାର ତା କେତେ ମିଛ ସେକଥା ଦେଶ ଓ ଦେଶବାସୀ ଜାଣିବା ଉଚିତ ବୋଲି କହିଛନ୍ତି ବିଜେପି ସାଂସଦ । ସେପଟେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେଉଁମାନେ ବିଜେପି ସରକାରଙ୍କ କାର୍ଯ୍ୟନୀତି ଉପରେ ପ୍ରଶ୍ନ ଉଠାଉଥିଲେ ରାମମନ୍ଦିର ନିର୍ମାଣ ସେମାନଙ୍କ ପାଇଁ ଏକ ଉଚିତ ଜବାବ ।

ରାମମନ୍ଦିର ନିର୍ମାଣଠୁ ନେଇ ବାଳକରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯର୍୍ୟକ୍ରମରେ ରାଜନୀତିର ରଙ୍ଗ ଦେଖିବାକୁ ମିଳିଛି । ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଇବା ସହ ଅନେକବାର ବିବାଦୀୟ ବୟାନ ଦେଇଥିବା ନଜୀର ରହିଛି । ଏହା ଭିତରେ ଜୋରସୋରରେ ଚାଲିଛି ରାମମନ୍ଦିର ବାକି ନିର୍ମାଣ କାମ ଓ ସରିଛି ବାଳକରାମଙ୍କ ପ୍ରାଣପ୍ରତିଷ୍ଠା । ରାମମନ୍ଦିର ଉପରେ ଚର୍ଚ୍ଚା କରାଯାଇ ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ ।