କନକ ବ୍ୟୁରୋ: ଚଳିତ ବର୍ଷ ଦଶହରାରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ରାମଲୀଳା । ଏଥିରେ ରାମାୟଣର ପ୍ରତିଟି ଚରିତ୍ରରେ ଅଭିନୟ କରିବେ ବିଜେପିର ଏକାଧିକ ସାଂସଦ ଓ ବଲିଉଡର ନାମୀ କଳାକାର । ନିର୍ମାଣଧିନ ଶ୍ରୀରାମ ମନ୍ଦିର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଲକ୍ଷ୍ମଣ କିଲାରେ ଏହା ମଂଚସ୍ଥ ହେବ ବୋଲି ଦୈନିକ ସମ୍ବାଦ 'ଦି ଇଣ୍ଡିିଆନ ଏକ୍ସପ୍ରେସ'ରେ ପ୍ରକାଶ ପାଇଛି । /kanak/media/post_attachments/wp-content/uploads/2021/08/ram-lila.jpg)
ସୂଚନା ମୁତାବକ, ରାମଲୀଳା ଅକ୍ଟୋବର ୬ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହାକୁ ବିଭିନ୍ନ ଚ୍ୟାନେଲରେ ପ୍ରସାରଣ ମଧ୍ୟ କରାଯିବ । ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ରାମାୟଣର ଏକାଧିକ ଚରିତ୍ରରେ ଅବତୀର୍ଣ୍ଣ ହେବେ । ସେହିପରି ପର୍ଶୁରାମଙ୍କ ଚରିତ୍ରରେ ଦେଖାଦେବେ ଗୋରଖପୁର ସାଂସଦ ତଥା ଅଭିନେତା ରବି କିଶନ, ନାରଦ ହେବେ ବଲିଉଡ୍ ଅଭିନେତା ଆସ୍ରାନି ଓ ଭେଟେରାନ୍ ଆକ୍ଟର ଶକ୍ତି କପୁର କରିବେ ଅହିରାବଣ ଚରିତ୍ର । ହନୁମାନଙ୍କ ଚରିତ୍ରରେ ଓହ୍ଲାଇବେ ସ୍ୱର୍ଗତ ଦାରାସିଂଙ୍କ ପୁଅ ବିନ୍ଦୁ ଦାରା ସିଂ ଓ କୁମ୍ଭକର୍ଣ୍ଣ ଚରିତ୍ର କରିବେ ରଜା ମୁରାଦ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/22-14.jpg)