କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ଦିନ । ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହୋଇଛି । ୧୮ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତି, ୨୨ତାରିଖରେ କରାଯିବ ପ୍ରାଣ ପ୍ରତିଷ୍ଠା । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟବୋର୍ଡର ମହାସଚିବ ଚମ୍ପତରାୟ ସାମ୍ବାଦିକ ସମ୍ମିଳନୀରେ ୬ଦିନ ଧରି ଚାଲିବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ନେଇ ସୂଚନା ଦେଇଛନ୍ତି । ଆଜିଠୁ ପ୍ରାଣ ପ୍ରତିଷ୍ଠାର ପ୍ରାକ ପୂଜାବିଧି ଆରମ୍ଭ ହେବାକୁ ଥିବା ବେଳେ ୨୧ତାରିଖ ଯାଏ ରାମ ଲାଲାଙ୍କ ବିଭନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ର୍ୟକ୍ରମ ମାନ ଅନୁଷ୍ଠିତ ହେବ । ୨୨ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ଅନୁଷ୍ଠିତ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହା ପୂର୍ବରୁ ୧୮ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ୫ବର୍ଷ ବାଳକ ସ୍ୱରୁପର ପ୍ରତିମା ସ୍ଥାପନ କରାଯିବ । ଏହ ପ୍ରତିମାର ଓଜନ ୧୫୦ରୁ ୨୦୦କିଲୋଗ୍ରାମର । ମହୀଶୂରର ପ୍ରସିଦ୍ଧ ଶୀଳ୍ପି ଅରୁଣ ଯୋଗୀରାଜଙ୍କ ଦ୍ୱାର ନିର୍ମିତ ପ୍ରତିମା ସହ ପୂରାତନ ପ୍ରତିମା ମଧ୍ୟ ଗୃହରେ ସ୍ଥାନ ପାଇବ । କାଶୀର ଗଣେଶ୍ୱର ଶାସ୍ତ୍ରୀ ଏହି ଦିବ୍ୟ ମୂହୁର୍ତକୁ ସ୍ଥିର କରିଥିବା ବେଳେ ମୋଟ ୧୨୧ଜଣ ଆଚାର୍ଯ୍ୟ କର୍ମକାଣ୍ଡକୁ ସମାପନ କରିବେ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷିତଙ୍କ ତତ୍ୱାବଧାନରେ ଶୁଭକାର୍ଯ୍ୟ ସମ୍ପାଦିତ ହେବାକୁ ଥିବା ବେଳେ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ, ନିତ୍ୟ ଗୋପାଳ ଜି ମହାରାଜ ଏବଂ ରାଜ୍ୟପାଳ ଆନନ୍ଦିବେନ ପଟେଲ । ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା , ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥିର ସନ୍ଥଙ୍କ ସମେତ ଦେଶର ୫୦ରୁ ଉଦ୍ଧ୍ୱର୍ ଆଦିବାସୀ, ଗିରିବାସୀ, ଦ୍ୱୀପବାସୀଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରକୁ ପ୍ରତ୍ୟକ୍ଷ ଭାବେ ଦେଖିବେ ।
ଆଜିଠୁ ଆରମ୍ଭ ରାମଲାଲା ପ୍ରାକ ପ୍ରତିଷ୍ଠା ରୀତିନୀତି: ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ, ୨୨ରେ ପ୍ରାଣ ପ୍ରତିଷ୍ଠା
Advertisment
Follow Us