ରାମଲଲାଙ୍କ ଫଟୋ ଭାଇରାଲ: ମୁଖ୍ୟ ପୂଜକଙ୍କ ତଦନ୍ତ ଦାବି

Advertisment
ରାମଲଲାଙ୍କ ଫଟୋ ଭାଇରାଲ: ମୁଖ୍ୟ ପୂଜକଙ୍କ ତଦନ୍ତ ଦାବି

କନକ ବ୍ୟୁରୋ: ଅଯୋଧ୍ୟା ମନ୍ଦିରରେ ରାମଲଲା ବିରାଜମାନ କରିସାରିଛନ୍ତି । ଆସନ୍ତା ୨୨ତାରିଖରେ ହେବ ପ୍ରାଣପ୍ରତିଷ୍ଠା । ହେଲେ ଏହାରି ଭିତରେ ଭାଇରାଲ ହେବାରେ ଲାଗିଛି ରାମଲଲାଙ୍କ ଫଟୋ । ଯାହାକୁ ନେଇ କଡା ଆପତି କରିଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ରାମଲାଲାଙ୍କ ମୂର୍ତ୍ତିର ଫଟୋ । କୁହାଯାଉଛି ଅଯୋଧ୍ୟ ରାମମନ୍ଦିରରେ ସୋମବାର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ମୂର୍ତ୍ତିର ଏହି ଫଟୋ । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି,
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ, ମୁଖ୍ୟ ପୂଜକ
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ
ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କର ହୋଇନଥିବ
ଭାଇରାଲ ଫଟୋଟି ରାମଲାଲାଙ୍କର ହୋଇଥିଲେ ତାହାର ତଦନ୍ତ ହେଉ
ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରତିମାଙ୍କ ମୁଖରୁ ପଟିି ହଟାଯାଏନି
ଗର୍ଭଗୃହରେ ଥିବା ରାମଲାଲାଙ୍କ ପ୍ରତିମା ମୁଖରେ ପଟିି ରହିଛି

ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି କିମ୍ବା ରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତୈନ୍ଦ୍ର ଦାସ । ଗୁରୁବାର ମଧ୍ୟାହ୍ନ ସାଢେ ୧୨ଟାରେ ରାମଲଲାଙ୍କ ମୂର୍ତିକୁ ଆସନରେ ବୈଦିକ ମନ୍ତ୍ରୋଚାରଣ ସହ ବିରାଜମାନ କରାଯାଇଥିଲା । ଏହାପରେ ୫୧ ଇଂଚର ଶ୍ୟାମଳ ମୂର୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା । ବାଳକ ରାମଙ୍କ ପ୍ରତିମାର ମୁଖକୁ ଏବେ ବି ଗର୍ଭଗୃହରେ ଘୋଡାଇ ରଖାଯାଇଛି ।

ଶନିବାର ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯାଇଛି । ରବିବାର ୧୨୧ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖ ଅର୍ଥାତ ସୋମବାର ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ମଧ୍ୟାହ୍ନ ୧୨ଟା ୨୦ରେ ହେବ । ପ୍ରାଣପ୍ରତିଷ୍ଠାରେ ୭ଟି ଅଧିବାସ ରହିଛି, କିନ୍ତୁ ଅନ୍ୟୁନ ୩ଟି ଅଧିବାସ ହୋଇଥାଏ । ୧୨୧ଜଣ ବୈଦିକ ଆଚାର୍ଯ୍ୟଙ୍କୁ ନେଇ ଅଧିବାସ ହେବ । କାଶୀ ପୀଠର ଲକ୍ଷ୍ମୀକାନ୍ତ ଦିକ୍ଷୀତ ମୁଖ୍ୟ ଆଚାର୍ଯ୍ୟ ହୋଇଥିବାବେଳେ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡଙ୍କ ନୀରିକ୍ଷଣରେ ପୁରା ଅଧିବାସ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe