କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ପିସିବି ଚିନ୍ତାରେ ପଡିଯାଇଥିଲା । ଏଥିପାଇଁ ଉଭୟ କ୍ରିକେଟ ବୋର୍ଡକୁ ଟାର୍ଗେଟ ମଧ୍ୟ କରିଥିଲା । କେବଳ ଏହି ଦୁଇ ଦେଶ ନୁହେଁ ଏଥିପାଇଁ ଭାରତ ଦାୟୀ ବୋଲି ପାକିସ୍ତାନ କହିଥିଲା । ହେଲେ ଏବେ ପିସିବି ଚିଫଙ୍କ ସ୍ୱର ଏହାକୁ ନେଇ ବଦଳିଯାଇଛି । ପିସିବି ଚିଫ ରମିଜ ରାଜା ଏବେ ବିସିସିଆଇକୁ ଅନେକ ପ୍ରଶଂସା କରିଛନ୍ତି ।
ରମିଜ ରାଜା ଏକ ବୈଠକରେ ଯୋଗ ଦେଇ କହିଥିଲେ, ପିସିବିକୁ ଆଇସିସିର ଫଣ୍ଡିଂରୁ ଅଧିକ ଆତ୍ମନିର୍ଭର ହେବା ଆବଶ୍ୟକ । ପାକିସ୍ତାନ କ୍ରିକେଟ ବୋର୍ଡ ୫୦ ପ୍ରତିଶତ ଆଇସିସି ଫଣ୍ଡିଂରୁ ଚାଲୁଛି । ହେଲେ ବିସିସିଆଇ ଆଇସିସିକୁ ୯୦ ପ୍ରତିଶତ ଫଣ୍ଡିଂ ଦେଉଛି । ଯଦି ଭାରତ ଆଇସିସିକୁ ଫଣ୍ଡିଂ ଦେବା ବନ୍ଦ କରିଦେବ ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ପୂରା ବନ୍ଦ ହୋଇଯିବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ନିବେଶକ ମାନେ ଆମକୁ କହିଛନ୍ତି ପାକିସ୍ତାନ ଆଗାମୀ ଟି-୨୦ ବିଶ୍ୱକପରେ ଯଦି ଭାରତକୁ ହରାଇ ଦେବ ତେବେ ଭାରତ ପାଇଁ ଏକ ବ୍ଲାକ ଚେକ ପ୍ରସ୍ତୁତ ହୋଇ ରହିଥିବ । ଯଦି ପିସିବି ଆର୍ଥିକ ଭାବେ ମଜବୁତ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଭଳି ଟିମ ଟୁର ବାତିଲ କରିନଥାନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/41-3.jpg)