କନକ ବ୍ୟୁରୋ : କନକ ବ୍ୟୁରୋ : ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଶୁକ୍ରବାର ଦିନ ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ୨ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ମାର୍ଚ୍ଚ ପହିଲାରେ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା । ଏଥିରେ ୨ଜଣ ଲୋକ ଗୁରୁତ୍ୱର ହୋଇଥିଲେ । ଏହି ମାମଲାରେ ଗିରଫ ହୋଇଥିବା ୨ ଆତଙ୍କବାଦୀ ହେଉଛନ୍ତି ହୁସେନ ଶାଜିବ ଓ ଅବ୍ଦୁଲ ମଦିନ୍ ।
ଏନଆଇଏର ଜଣେ ପ୍ରବକ୍ତା କହିଛନ୍ତି କି, ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଫେରାର ହୋଇଯାଇଥିବା ଅଦବୁଲ ମଥୀନ ତାହା ଓ ମୁସାବିର ହୁଶେନଙ୍କୁ କୋଲକତା ନିଟକସ୍ଥ ସେମାନଙ୍କ ବାସଭବନ ଉପରେ ଚଢାଉ କରି ଗିରଫ କରାଯାଇଛି ।
ଏନଆଇଏ ତରଫରୁ କୁହାଯାଇଛି କି, ୩୦୦ ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜକୁ ସ୍କାନ କରିବା ପରେ ପ୍ରମାଣ ମିଳିଥିଲା କି ୨୦୨୦ ମସିହାରେ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଦୁଇଜଣ ସଦସ୍ୟ ଶାଜିବ ଓ ତାହା ଏହି ବିସ୍ଫୋରଣ ଘଟାଇଛନ୍ତି ।
ଏହି ମାମଲାରେ ଆହୁରି ୨ଜଣଙ୍କୁ ଅଭିଯୁକ୍ତ କରାଯାଇଛି । ସେମାନେ ହେଲେ ୨୬ ବର୍ଷିୟ ମାଜ ମୁନୀର ଅହମ୍ମଦ ଓ ୩୦ ବର୍ଷିୟ ମୁଜମ୍ମିଲ ଶରିଫ । ସେମାନେ ସେଲ୍ ଫାନ, ନକଲି ସିମକାର୍ଡ ଓ ବିସ୍ଫୋରଣ ଯୋଜନାକୁ ସଫଳ କରିବାକୁ ବିଭିନ୍ନ ବିସ୍ଫୋଟକ ସାମଗ୍ରୀ ଯୋଗାଇଥିଲେ । ଏହି ଅଭିଯୋଗରେ ସେମାନଙ୍କୁ ମଧ୍ୟ ଏନଆଇଏ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Untitled-1-18.jpg)