ଯାତ୍ରୀମାନଙ୍କ ପାଇଁ ରୋମାଞ୍ଚକ ରେଳଯାତ୍ରା! ସମୁଦ୍ର ମଝିରେ ଦୁଃସାହସିକ ଅନୁଭୂତି! ଶହେ ବର୍ଷର ପୁରୁଣା ବ୍ରିଜ୍ ଉପରେ ଚାଲୁଛି ରେଳ
କନକ ବ୍ୟୁରୋ : ଭାରତୀୟ ରେଲୱେ ତାର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି । ଦେଶରେ ଏଭଳି ଅନେକ ରେଲୱେ ଟ୍ରାକ ରହିଛି ଯାହାର ଅନେକଗୁଡ଼ିଏ ରହସ୍ୟ ମଧ୍ୟ ରହିଛି । ତେବେ ଆଜି ଆମେ ଏମିତି ଏକ ରେଲୱେ ଟ୍ରାକ୍ ସମ୍ପର୍କରେ କହିବାକୁ ଯାଉଛୁ ଯାହାକି ସମୁଦ୍ର ମଝି ଦେଇ ଯାଇଛି । ଆଉ ଆପଣଙ୍କୁ ଏମିତି ଲାଗିବ କି, ଯେମିତି ଟ୍ରେନଟି ପାଣି ଉପରେ ଚାଲୁଛି । ଅନ୍ୟ କେଉଁଠି ନୁହେଁ ବରଂ ଭାରତ ବର୍ଷରେ ରହିଛି ଏଭଳି ରେଲୱେ ଟ୍ରାକ୍ । ତେବେ ଆସନ୍ତୁ ନଜର ପକାଇବା ଏହି ବ୍ରିଜ୍ ଉପରେ ଆଉ ଜାଣିବା ରୋମାଂଚକର ରେଳଯାତ୍ରା ସମ୍ପର୍କରେ..
Kanak News is now on WhatsApp
Join and get latest news updates delivered to you via WhatsApp
ରାମେଶ୍ୱରମ ପମ୍ବାନ ରେଲୱେ ବ୍ରିଜ୍ । ତାମିଲନାଡ଼ୁରେ ଅବସ୍ଥିତ ଏହି ବ୍ରିଜ୍ ଉପରେ ରେଲୱେ ଯାତ୍ରା କରିବା ଲାଗି ଅନେକ ଯାତ୍ରୀ ଭୟ କରିଥାନ୍ତି । କିନ୍ତୁ ଏଭଳି ଅନେକ ଯାତ୍ରୀ ରହିଛନ୍ତି ଯେଉଁମାନେ କି ଏଠାକୁ ଆସି ମଜା ଉଠାଇଥାନ୍ତି । କାହିଁକି ନାଁ ଆପଣ ଯେତେବେଳେ ରେଳଯାତ୍ରା କରିଥାନ୍ତି ସେତେବେଳେ ଉଭୟ ପାଶ୍ୱର୍ରେ ଖୋଲା ପଡ଼ିଆ କିମ୍ବା ଚାଷ ଜମି ଦେଖିବାକୁ ପାଇଥାନ୍ତି । କିନ୍ତୁ ରାମେଶ୍ୱରମ ପମ୍ବାନ ବ୍ରିଜ୍ ଉପରେ ଯାତ୍ରା କରିବାବେଳେ ଉଭୟ ପାଶ୍ୱର୍କୁ ଯଦି ଚାହିଁବେ ଖାଲି ପାଣି ଆଉ ପାଣି ଦେଖିବାକୁ ପାଇବେ । ଏପରକି ସମୁଦ୍ରର ଜୁଆର ରେଲୱେ ଟ୍ରାକକୁ ମଧ୍ୟ ଛୁଉୁଁଥିବା ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଅନେକ ଯାତ୍ରୀମାନେ ଭୟ କରିଥାନ୍ତି ।
ପାଖାପାଖି ଶହେ ବର୍ଷରୁ ଅଧିକ ପୁରୁଣା ଏହି ବ୍ରିଜଟି ୧୪୭ଟି ସ୍ତମ୍ଭ ଉପରେ ରହିଥିବାବେଳେ ୨.୨ କିଲୋମିଟର ପର୍ଯ୍ୟନ୍ତ ବ୍ରିଜଟି ଅବସ୍ଥିତ ଅଟେ । ସମୁଦ୍ର ମଝି ଦେଇ ଏହି ବ୍ରିଜ୍ ଉପରେ ଟ୍ରାକ ଯାଇଥିବାରୁ ଦେଖିବାକୁ ଅଧିକ ସୁନ୍ଦର ଲାଗିଥାଏ । ଏଣୁ ଏହାର ମଜା ଉଠାଇବା ଲାଗି ବହୁଯାତ୍ରୀ ଆସିଥାନ୍ତି । ଅନ୍ୟପଟେ ରାମନାଥସ୍ୱାମୀଙ୍କ ଦର୍ଶନ କରିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଏହି ବ୍ୱ୍ରିଜ୍ ଦେଇ ମନ୍ଦିରକୁ ଯାଇଥାନ୍ତି ଶ୍ରଦ୍ଧାଳୁ । ସବୁଠାରୁ ବଡ଼କଥା ହେଉଛି କି, ଏହି ପମ୍ବାନ ବ୍ରିଜ୍ ନିକଟରେ ଆଉ ଏକ ନୂଆ ବ୍ରିଜ୍ ମଧ୍ୟ ନିର୍ମାଣ ହେଉଛି । ଯାହାକି ୧୦୧ ସ୍ତମ୍ଭ ବିଶିଷ୍ଟ ବୋଲି କୁହାଯାଉଛି । ତେବେ ଏହାର ଲମ୍ବ ୨.୫ କିଲୋମିଟର ବିଶିଷ୍ଟ ।
ଏହା ହେଉଛି ଭାରତ ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ । ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକ ଏହି ବ୍ରିଜ୍ ତଳ ଦେଇ ଯାତାୟତ କରିପାରନ୍ତି । ପୁରୁଣା ବ୍ରିଜ୍ଟି ଏକକ ଲାଇନ ବିଶିଷ୍ଟ ହୋଇଥିବାବେଳେ ନୂତନ ବ୍ରିଜ ଉପରେ ଦୁଇଟି ଟ୍ରାକ ଯାଇଛି । ଘଂଟାପ୍ରତି ୮୦ କିଲୋମିଟର ବେଗରେ ଟ୍ରେନଗୁଡ଼ିକ ଯାଇପାରିବ ବୋଲି ମଧ୍ୟ କୁହାଯାଉଛି । ତେବେ ୧୯୬୪ ମସିହାରେ ଘୂର୍ଣ୍ଣିବଳୟରେ ପୁରୁଣା ବ୍ରିଜ୍ଟି କ୍ଷତିଗ୍ରସ୍ତ ହୋଇଥିଲା । ଯେଉଁଥିପାଇଁ କିଛି ଦିନ ମଧ୍ୟ ରେଳଯାତ୍ରା ବନ୍ଦ ରହିଥିଲା । କିନ୍ତୁ ପରବର୍ତୀ ସମୟରେ ଏହାର ମରାମତି କରାଯିବାପରେ ପୁଣିଥରେ ରେଳଯାତ୍ରା ଆରମ୍ଭ ହୋଇଥିଲା ।