କନକ ବ୍ୟୁରୋ: ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଠମଲ୍ଲିକ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରମେଶ । ତେବେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ବିଧାୟକ ରମେଶ ସାଏ । ଟିକେଟ ନ ମିଳିବା ପରେ ବିଜେଡିବେ ବେପାଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଇଥିଲେ ।
୨୦୧୯ ମସିହାରେ ବିଜେଡିରୁ ଲଢିଥିଲେ ରମେଶ ସାଏ । ଏଥର କିନ୍ତୁ ରମେଶଙ୍କ ବଦଳରେ ନଳିନୀ ପ୍ରଧାନଙ୍କୁ ଆଠମଲ୍ଲିକ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି । ଆଉ ଏଥିରେ ଅସନ୍ତୋଷ ପ୍ରକାଶ କରି ରମେଶ ସାଏ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ବିଜେଡି ଛାଡିବା ପରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/8-1.jpg)