କନକ ବ୍ୟୁରୋ: କ୍ୟାବିନେଟରୁ ରମେଶ ପୋଖରୀଆଲ ନିଶଙ୍କ ବିଦା ହେବା ନେଇ ଚର୍ଚ୍ଚା ହେଉଛି । ଅସୁସ୍ଥତା କାରଣରୁ ହଟାଇ ଦିଆଯାଇଥିବା ସୂଚନା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିଲେ ରମେଶ ପୋଖରୀଆଲ ନିଶଙ୍କ । ସେହିପରି ସନ୍ତୋଷ ଗଙ୍ଗୱାର କ୍ୟାବିନେଟରୁ ଇସ୍ତଫା ଦେବା ନେଇ ସୂଚନା ମିଳୁଛି । ଏହାସହ ମନ୍ତ୍ରୀ ସଦାନନ୍ଦ ଗୌଡ ମଧ୍ୟ କ୍ୟାବିନେଟରୁ ହଟି ପାରନ୍ତି ।
ପଶ୍ଚିମବଙ୍ଗରୁ ସାଂସଦ ଦେବୋଶ୍ରୀ ଚୌଧୁରୀ ମଧ୍ୟ ବିଦା ହୋଇ ପାରନ୍ତି । ପଶ୍ଚିମବଙ୍ଗରୁ ଏଥର କ୍ୟାବିନେଟରେ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ । ତେବେ ଆହୁରି ଅନେକ ନୂଆ ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/07/9-6.jpg)