ରମେଶ ଜେନାଙ୍କୁ ରିମାଣ୍ଡରେ ନେବ ବ୍ରହ୍ମପୁର ପୁଲିସ

71

କ୍ରାଇମବ୍ରାଂଚର ଜେରା ପରେ ରମେଶ ଜେନାଙ୍କୁ ରିମାଣ୍ଡରେ ନେବ ବ୍ରହ୍ମପୁର ପୁଲିସ । ଆଜିଠାରୁ ୫ ଦିନ ଧରି ନିମଖଣ୍ଡି ଜମି ହଡପ ମାମଲାରେ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ପଚରାଉଚରା କରିବ ସଦର ଥାନା ପୁଲିସ । ତେବେ ଶ୍ରୀନିବାସ ରଥ ହତ୍ୟାକାଣ୍ଡ ମାମଲାରେ ୨ ଦିନିଆ ରିମାଣ୍ଡରେ ନେଇ ରମେଶଙ୍କୁ ଜେରା କରିଛି କ୍ରାଇମବ୍ରାଂଚ । ଆଜି ତାଙ୍କୁ କ୍ରାଇମବ୍ରାଂଚ ପକ୍ଷରୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେବ ବ୍ରହ୍ମପୁର ସଦର ଥାନା ପୁଲିସ । ତେବେ ନିମଖଣ୍ଡିରୁ ୩ ଏକର ଜମି ହଡପ ନେଇ ହୋଇଥିବା ମାମଲାରେ ତାଙ୍କୁ ପଚରାଉଚରା କରିବ ପୁଲିସ । ଅନ୍ୟପଟେ ଗତକାଲି ଟାଉଥାନାରେ ରମେଶଙ୍କ ବିରୋଧରେ ବଳାକ୍ରାର ମାମଲା ମଧ୍ୟ ରୁଜୁ ହୋଇଛି । ବ୍ରହ୍ମପୁର ଗାନ୍ଧୀନଗର ଅଚଂଳର ଜଣେ ମହିଳା ରମେଶଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ।