କନକ ବ୍ୟୁରୋ: ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା । ସେ କହିଛନ୍ତି ବେଆଇନ୍ ଭାବେ ଶହ ଶହ ଏକର ଜମି ଠୁଳ କରିଛନ୍ତି ଗୋପାଳପୁର ବିଧାୟକ । ଏହା ସହିତ ମଦ ମାଫିଆଙ୍କ ସହ ଲିଙ୍କ୍ ନେଇ ମଧ୍ୟ ସେ ଅଭିଯୋଗ ଆଣି ଏ ଦିଗରେ ତଦନ୍ତ ଦାବି କରିଛନ୍ତି । ଅଭୟ ପାଠକ୍ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଂଚ ଗିରଫ କରିବା ପରେ ତାଙ୍କ ବିରୋଧରେ ଅଭିଯୋଗର ଲଂବା ଫର୍ଦ ଆସିଛି । ଏପରି ସମୟରେ ପ୍ରଦୀପଙ୍କ ଉପରେ ଆରୋପ ଲଗାଇଛନ୍ତି ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ।
ସାମ୍ବାଦିକ ସମ୍ପିଳନୀରେ ସେ କହିଛନ୍ତି ଯେ, ୨୦୦୪ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ଗୋପାଳପୁର ବିଧାୟକ ରାଜୁତି ଚଳାଇଥିଲେ। ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା। ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ବହୁ ବିଳମ୍ବରରେ ହେଉ ପଛେ ଗୋପାଳପୁର ବିଧାୟକଙ୍କ କଳା କାରନାମା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ରାଜ୍ୟ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହାକୁ ମୁଁ ସ୍ବାଗତ କରୁଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସରକାର ଆହୁରି ଖୋଳାତାଡ଼ କଲେ ବହୁ ତଥ୍ୟ ପଦାକୁ ଆସିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/28-5.jpg)