ସେକ୍ସ ସ୍କାଣ୍ଡାଲ ଅଭିଯୋଗ ପରେ କର୍ଣ୍ଣାଟକ ରାଜନୀତିରେ ଭୂକମ୍ପ । ବିରୋଧ ତେଜିବା ପରେ ପଦ ଛାଡିଲେ ମନ୍ତ୍ରୀ ରମେଶ ଜାରକୋହଲି ।

542

କନକ ବ୍ୟୁରୋ: ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି । ଏହାକୁ ନେଇ ବିବାଦ ଘନେଇବା ପରେ ଆଜି ତାଙ୍କୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ନିଜର ଇସ୍ତଫା ପତ୍ରକୁ ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କୁ ପଠାଇ ଦେଇଛନ୍ତି । ରମେଶ ଜାରକୋହଲି ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି, ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା, ସେ ଥରେ ନିର୍ଦ୍ଦୋଶ ପ୍ରମାଣ ହେବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି । ଯଦି ଅଭିଯୋଗ ପ୍ରମାଣ ହୁଏ , ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ।

କର୍ଣ୍ଣାଟକରେ ସାମାଜିକ କର୍ମୀ ଏହି ସେକ୍ସ ସିଡିକୁ ସର୍ବସମ୍ମୁଖକୁ ଆଣିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହି ସିଡିରେ ମନ୍ତ୍ରୀ ରମେଶ ଜାରକୋହଲି, ଜଣେ ମହିଳାଙ୍କୁ ଚାକିରି ଦେବା ନାଁରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହି ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିଜେପି ସରକାରକୁ ଘେରିଛି କଂଗ୍ରେସ । ଏହି ଘଟଣା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ଭୂକମ୍ପ ଆସିଛି । ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ ଟିମ୍ ଏହାର ତଦନ୍ତ କରିବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏହି କମିଟିର ଅଧ୍ୟକ୍ଷତା କର