ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ । ମୁହଁ ଖୋଲିଲେ ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ । ପରାଜୟ ପଛର କହିଲେ କାରଣ…

10,019

କନକ ବ୍ୟୁରୋ: ଏଥର ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ । ସେ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର କରିବା ଦ୍ୱାରା ବିଜେଡି ବିରୋଧରେ ଭୋଟ୍ ପଡିଲା । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଜିତିଲେ ଅନ୍ୟମାନେ ହାରିଗଲେ । ସୂଚନାଯୋଗ୍ୟ ଯେ, ଗଞ୍ଜାମକୁ ବିଜେଡିର ଗଡ ବୋଲି କୁହାଯାଏ । ହେଲେ ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ଏଥର ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କେବଳ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଆସନ ଏବଂ ସାନଖେମୁଣ୍ଡି ଆସନକୁ ଛାଡିଦେଲେ, ଅନ୍ୟ ସମସ୍ତ ଆସନରେ ବିଜେପି ପ୍ରାର୍ଥୀ ବାଜି ମାରିଛନ୍ତି । ଏପରିକି ଖୋଦ୍ ରମେଶ ଚ୍ୟାଉ ପଟ୍ଟନାୟକ ମଧ୍ୟ ନିର୍ବାଚନରେ ପରାଜୟ ଭୋଗିଛନ୍ତି । ହେଲେ ବିଜେଡିର ବିପର୍ଯ୍ୟୟ ପଛରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ପ୍ରଚାରକୁ ସେ କାରଣ ବୋଲି କହିଛନ୍ତି ।