ରାଜ୍ୟସଭା ପାଇଁ ଲବି ଜୋରଦାର : ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ . . . କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାରିଛି, ଆଶା ପାଇବି ଟିକେଟ

3,347

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ଲବି ଜୋରଦାର ।  ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ବିଜେଡି ଖାତାକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏଥିପାଇଁ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର । ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । କହିଲେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାରିଛି । ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି । ଗତକାଲି ମଧ୍ୟ ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୂଳମଣି ସାମଲ ଆସି ଲବି କରିଥିବା ଜଣାପଡିଥିଲା ।

ଏପ୍ରିଲ ମାସରେ ୪ ରାଜ୍ୟସଭା ଆସନ ଖାଲି ହେବ । ଏହି ଆସନ ପୂରଣ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ କମିଶନ । ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ୩ଜଣ ରାଜ୍ୟସଭାକୁ ଯିବା ସ୍ପଷ୍ଟ ଥିବାରୁ ବିଜେଡି ନେତା ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଲବି । । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ସେଇ ୪ ଚେହେରା ? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ?

ରାଜ୍ୟସଭା ଯିବା ପାଇଁ ବିଜେଡିରେ ଅନେକ ଆଶାୟୀ । କିଛି ନେତାଙ୍କୁ ବିଜେଡି ସୁପ୍ରିମୋ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଉ କିଛି ନେତା ଏଥର ରାଜ୍ୟସଭା ଯିବା ପାଇଁ ଆଶା ବାନ୍ଧିଛନ୍ତି ।