କନକ ବ୍ୟୁରୋ : ସଂସଦରେ ବିଜେପି ସାଂସଦ ରମେଶ ବିଧୂଡୀ ଯେଭଳି ଭାବେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ଅସଭ୍ୟ ଆଚରଣ କଲେ ତାକୁ ନେଇ ଦାନିଶ ଅଲ୍ଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୃକ୍ତ ମାମଲାରେ ହସ୍ତକ୍ଷେପ କରି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏହାସହ ନିଜର ସୁରକ୍ଷା ବୃଦ୍ଧି କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ଦାନିଶ ଅଲ୍ଲୀ ତାଙ୍କ ଚିଠିରେ ଲେଖିଛନ୍ତି ‘ଆଜକୁ ୮ଦିନ ହୋଇଗଲା । ହେଲେ ଏପର୍ଯ୍ୟନ୍ତ ରମେଶ ବିଧୂଡୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ମୁଁ ଯେଉଁ ସଂସଦର ସାଂସଦ ଅଟେ ସେହି ସଂସଦର ନେତା ନରେନ୍ଦ୍ର ମୋଦୀଙ୍କୁ ମୁଁ ଆଜି ଏକ ଚିଠି ଲେଖିଛି । କାରଣ ସଂସଦରେ ଯାହା ଘଟିଲା ସେଥିପାଇଁ ନରେନ୍ଦ୍ର ମୋଦୀ ମଧ୍ୟ ଉତ୍ତରଦାୟୀ । ସେପ୍ଟେମ୍ବର ୨୧ ତାରିଖରେ ସଂସଦରେ ଯାହା ଘଟିଲା ତାହାର ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସାଂସଦଙ୍କ ଆଚରଣକୁ ନେଇ ପରାମର୍ଶ ଦେଇଥିଲେ’
କହିରଖୁ କି ସେପ୍ଟେ୍ମ୍ବର ୨୧ ତାରିଖରେ ସଂସଦରେ ଚନ୍ଦ୍ରଯାନ୩ର ସଫଳତାକୁ ନେଇ ଆଲୋଚନା ଚାଲିଥିବା ବେଳେ ବିଜେପି ସାଂସଦ ରମେଶ ବିଧୂଡୀ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ପ୍ରତି ବିଭିନ୍ନ ଆପତ୍ତିିଜନକ ଭାଷା ପ୍ରୟୋଗ କରିଥିଲେ । ଏଥିରେ ସେ ଦାନିଶ ଅଲ୍ଲୀଙ୍କୁ ଆତଙ୍କବାଦୀ କହିବା ସହ ଅନେକ କୁତ୍ସାରଟନା କରିଥିଲେ । ଏହାକୁ ନେଇ ଅଭିଯୋଗ ହେବା ପରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ସଂପୃକ୍ତ ମାମଲାର ଯାଂଚ ପାଇଁ ସ୍ୱାଧୀକାର କମିଟିକୁ ଆଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/10-33.jpg)