ଅଯୋଧ୍ୟା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଯୋଗଗୁରୁ । ବାବା ରାମଦେବ କହିଲେ, ମୋଦୀ-ଶାହାଙ୍କ ନେତୃତ୍ବ ପାଇଁ ଅଯୋଧ୍ୟା ରାୟ ଆସି ପାରିଛି

ରାୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯୋଗଗୁରୁ ରାମଦେବ

440
କିଛି ଦିନ ତଳେ ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ବିଗତ ଅନେକ ବର୍ଷ ଧରି ଅଯୋଧ୍ୟା ବିବାଦ ଲାଗି ରହିଥିବା ବେଳେ ଏବେ ଏହାର ସମାଧାନ ହେବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସହ ମୁସଜିଦ୍ ପାଇଁ ୫ଏକର ଜମି ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ହେଲେ, ଏବେ ସେହି ରାୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯୋଗଗୁରୁ ରାମଦେବ। ‘ଆଜତକ’କୁ ସାକ୍ଷାତକାର ଦେଇ ସେ ଖୋଲାଖୋଲି ଭାବେ ମୋଦୀ ସରକାରକୁ ସମର୍ଥନ ଜଣାଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ମୁଁ ଜଣେ ମୋଦୀ ପ୍ରଶଂସକ। ଯଦି ଦେଶରେ ମୋଦିଜୀ ଓ ଶାହାଙ୍କର ନେତୃତ୍ବ ନଥାନ୍ତା, ତେବେ ଅଯୋଧ୍ୟ ଉପରେ ରାୟ ଆସି ପାରି ନଥାନ୍ତା। ଏତେ ବଡ଼ ରାୟ ଶୁଣାଇବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ସାହାସ ଦରକାର। ଯାହା ସମସ୍ତଙ୍କ ପାଖରେ ନଥାଏ। ଯେଉଁମାନଙ୍କୁ ଦେଶ ଚଳାଇବା ଜଣା ନାହିଁ, ସେମାନେ ଏଭଳି ସାହସ କେବେ ବି କରି ପାରିବେ ନାହିଁ। ତେବେ ତାଙ୍କର ଏଭଳି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।