ଆଖିବୁଜିଲେ ୮୦ ଦଶକ ରାମାୟାଣର ସୁଗ୍ରୀବ । ଦୀର୍ଘଦିନ ଧରି କ୍ୟାନସରରେ ଥିଲେ ପୀଡ଼ିତ, ଶ୍ୟାମସୁନ୍ଦରଙ୍କ ଦେହାନ୍ତ ପରେ ଶୋକ ପ୍ରକାଶ କଲେ ରାମାୟଣରେ ଅଭିନୟ କରିଥିବା ରାମ-ଲକ୍ଷ୍ମଣ ।

17,472

କନକ ବ୍ୟୁରୋ: ଦେଶରେ ତାଲାବନ୍ଦ ଲାଗି ରହିଥିବା ଆସିଛି ଏକ ଦୁଃଖଦ ଖବର । ରାମାୟଣରେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ ଘଟିଛି । ବର୍ତ୍ତମାନ ପୁଣି ଥରେ ଦୂରଦର୍ଶନକୁ ଲୋକପ୍ରିୟ ଧାରାବାହିକ ରମାନନ୍ଦ ସାଗରଙ୍କ ରାମାୟଣ ଫେରିଥିବା ସମୟରେ ସୁଗ୍ରୀବଙ୍କ ନିଧନ ଖବର ଆସିଛି । ଏ ସମ୍ପର୍କରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ଏବଂ ଳକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲେହରୀ ।

ତେବେ ୮୦ ଦଶକରେ ଦୂରଦର୍ଶନରେ ପ୍ରାସାରିତ ହୋଇଥିବା ରାମାୟଣରେ ରାମ ସୁଗ୍ରୀବ ମିଳନର ଅପୂର୍ବ ଘଟଣା ଲୋକଙ୍କ ହୃଦୟରେ ଛାପ ଛାଡ଼ି ଯାଇଛି । ଆଉ ଭାରତରେ ଏବେ ତାଲାବନ୍ଦ ବେଳେ ପୁଣି ଦୂରଦର୍ଶନରେ ରାମାୟଣ ପ୍ରସାରିତ ହେଉଥିବାବେଳେ ସୁଗ୍ରୀବ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନୀଙ୍କ ପରଲୋକ ଘଟିବା ଖବର ଶୋକରଛାୟା ଖେଳାଇ ଦେଇଛି ।

ଶ୍ୟାମସୁନ୍ଦର କଲାନୀ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଏବେ ତାଙ୍କ ବିୟୋଗ କରି କୋଟି କୋଟି ରାମାୟଣର ଦର୍ଶକଙ୍କୁ ମର୍ମାହତ କରିଛି ।