କନକ ବ୍ୟୁରୋ : ବିଜେପି ଛାଡିଲେ ରମା ରଞ୍ଜନ ବଳିଆରସିଂ । ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିଆରସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେରି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି ।
ଟିକେଟ୍ ନ ମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ । ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା । ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଂଚଳକୁ ଅଣଦେଖା କରିଛି । ଏହା ବ୍ୟକ୍ତିଗତ ଅଭିଯୋଗ ନୁହେଁ ବରଂ ଜନସାଧାରଣଙ୍କ ଅଭିଯୋଗ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-26.jpg)