କୋରାପୁଟ ସ୍କୁଲରେ ରାମଙ୍କ ଦୋକାନକୁ ନେଇ ଚର୍ଚ୍ଚା । ସ୍କୁଲରେ ମିଳୁଛି ସବୁ ପ୍ରକାର ପାଠପଢା ସାମଗ୍ରୀ

783

କନକ ବ୍ୟୁରୋ: ରାମଙ୍କ ଦୋକାନ ! ଏ କେଉଁ ବଜାର ହାଟର ପୂଜା ସାମଗ୍ରୀ ଦୋକାନର ନାଁ ନୁହେଁ । ବରଂ ଏହା ସ୍କୁଲ ଭିତରେ ଗଢି ଉଠିଥିବା ଏକ ଦୋକାନର ନାଁ । ଆଦିବାସୀ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏବଂ ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ଏଭଳି ଏକ ଦୋକାନର ପରିକଳ୍ପନା କରିଛନ୍ତି ଉକ୍ତ ସ୍କୁଲର ଶିକ୍ଷକ ।

ତେବେ କୋରାପୁଟ ଜିଲ୍ଲା ଖଟୁଲଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ରାମ ଦୋକାନର କେହି ଦୋକାନୀ ନାହାନ୍ତି । ଏଠି ଛାତ୍ରଛାତ୍ରୀ ହେଉଛନ୍ତି ନିଜେ କ୍ରେତା, ନିଜେ ବିକ୍ରେତା । ପିଲାଙ୍କ ପାଠ ପଢାରେ ଯାହା ଯାହା ଶୈକ୍ଷିକ ସାମଗ୍ରୀ ଆବଶ୍ୟକ ହୁଏ ତାହା ଏହି ରାମଙ୍କ ଦୋକାନରୁ ହିଁ ମିଳିଯାଏ । ପେନ, ପେନସିଲ, ରବର, ରଙ୍ଗ ତୁଳୀ ଠାରୁ ଆରମ୍ଭ କରି ଯାବତୀୟ ଶିକ୍ଷା ସାମଗ୍ରୀ ଏ ଦୋକାନରୁ ମିଳେ ।
ପିଲାମାନେ ବଜାର ଦର ଠାରୁ କମ ଦରରେ ସେହି ଦୋକାନରୁ ସାମଗ୍ରୀ କିଣନ୍ତି ଆଉ ସୋମଗ୍ରୀ ସରିଗଲା ପରେ ବିକ୍ରି ଟଙ୍କାରେ ପୁଣି ବଜାରରୁ ସାରଙ୍କ ଦ୍ୱାରା ସାମଗ୍ରୀ କିଣି ଆଣି ସେଠି ମହଜୁଦ ରଖନ୍ତି । ସବୁଠାରୁ ବଡ କଥା ହେଉଛି ଏ ଦୋକାନ ସବୁ କଥା ସେହି ପିଲାମାନେ ହିଁ ବୁଝନ୍ତି ।

ତେବେ ସ୍କୁଲ ଠାରୁ ବଜାର ବହୁ ଦୂର ହୋଇଥିବାରୁ ସ୍କୁଲରେ ଏ ଦୋକାନ ଖାଲିବା ପରେ ଆଉ ପାଠପଢା ଜିନିଷ କିଣିବାକୁ ପିଲାଙ୍କୁ ବାହାରକୁ ଯିବାକୁ ପଡୁନି । ବିଦ୍ୟାଳୟରେ ଏଭଳି ଏକ ଦୋକାନ ଖୋଲିବା ପରେ ପିଲା ଆଗ୍ରହରେ ସ୍କୁଲ ଆସୁଛନ୍ତି ଯାହା ଫଲରେ ଉପସ୍ଥାନ ବି ବଢୁଛି । ଯାହା ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ଶୁଭ ସଂକେତ ।

ଗୁରୁଦିବସରେ ନିଆରା ଗୁରୁଙ୍କ କାହାଣୀ

#ଗୁରୁଦିବସରେ_ନିଆରା_ଗୁରୁଙ୍କ_କାହାଣୀରାମଙ୍କ ଦୋକାନ ପାଇଁ ରାଷ୍ଟ୍ରପତି ପୁରସ୍କାର । ବହୁ ଦୂରରେ ଦୋକାନ ବଜାର ଥିବାରୁ ସ୍କୁଲରେ ଦୋକାନ ଖୋଲିଲେ ଗୁରୁଜୀ । ଫାଇଦା ପାଇଲେ ସ୍କୁଲପିଲା ।#Koraput #Odisha DM Koraput

Posted by Kanak News on Thursday, September 5, 2019