ଆଜି ଓଡିଶା ଆସୁଛନ୍ତି ରମଣ ସିଂ : ବଲାଙ୍ଗିର, ସୁନ୍ଦରଗଡ ଓ ଝାରସୁଗୁଡାରେ ବିଜେପିର ପ୍ରଚାର କାର୍ଯ୍ୟକ୍ରମ

14

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ରମଣ ସିଂ । ପଂଚାୟତ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । ବଲାଙ୍ଗିର, ସୁନ୍ଦରଗଡ ଓ ଝାରସୁଗୁଡାରେ ରମଣଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏପଟେ ରମଣଙ୍କୁ ବିରୋଧ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ବିଜେଡି ।

କଟକ ଓ ସମ୍ବଲପୁରରେ ବିଜେଡି ପକ୍ଷରୁ କରାଯିବ ବିରୋଧ । ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ରମଣଙ୍କ ଆଭିମୁଖ୍ୟକୁ ନେଇ ଦଳ ବିରୋଧ ପ୍ରଦର୍ଶନ କରିବ । ସକାଳ ୧୦ଟା ୩୦ରୁ ମହାନଦୀରେ ଜଳ ସତ୍ୟାଗ୍ରହ କରିବ ବିଜେଡି । ଏବଂ ସନ୍ଧ୍ୟାରେ ମହାନଦୀରେ ଜଳ ଆରତୀ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ।

ଏହାସହ ଦେଖନ୍ତୁ ଏହି ଭିଡିଓ –