କନକ ବ୍ୟୁରୋ: ଚର୍ଚ୍ଚାରେ କୁନି ପ୍ରବଚିକା ପରୀ ରୂପା । ଯେଉଁ ବୟସରେ ଖେଳକୁଦରେ ମାତିବା କଥା ସେହି ବୟସରେ ମାତିଛନ୍ତି ଅନର୍ଗଳ ଦେଉଛନ୍ତି ପ୍ରବଚନ । ମୁହଁରୁ ଅନର୍ଗଳ ବାହାରୁଛି ଗୀତାଜ୍ଞାନ । କୁନି ଝିଅର ବୟସ ହେଉଛି ମାତ୍ର ୯ବର୍ଷ । ପିଲାଟି ବେଳରୁ ଆଧ୍ୟାତ୍ମିକ ଦିଗରେ ବ୍ରତୀ ପରୀରୂପା । ଗୀତା ଭାଗବତର ସମସ୍ତ ଖଣ୍ଡକୁ ଅନର୍ଗଳ ଗାଇ ଚାଲିଥିବା ବେଳେ ଏବେ ପାଲଟିଛନ୍ତି କୁନି ପ୍ରବଚିକା । ୭ ବର୍ଷ ବୟସରେ ମଧ୍ୟ ସେ ୭ଶହ ଶ୍ଳୋକକୁ ଏକ ଘଣ୍ଟାରେ ଆବୃତି କରିବା ସହିତ ସୁନ୍ଦର ଭାବେ ବୁଝାଇପାରୁଛନ୍ତି ।
ଗୀତା ଭାଗବତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିବାରୁ ତାକୁ ସହଜରେ ଗ୍ରହଣ କରିଥିଲେ । ପିଲାଟି ବେଳରୁ ଏହି ଗୀତା ଭାଗବତ ଶୁଣିବାକୁ ଭଲ ପାଉଥିଲେ ଆଉ ଏବେ କୁନି ପ୍ରବଚିକା ପାଲଟିଛନ୍ତି । ପାଠ ପଢା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଗୀତା ଭାଗବତ ଶୁଣାଇ ପାଲଟିଛନ୍ତି ପ୍ରବଚିକା । ତାଙ୍କର ଏହି କାମକୁ ନେଇ ତାଙ୍କୁ ପରିବାର ଲୋକେ ବି ବେଶ ଖୁସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/14-19.jpg)