ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ବିଜେପି ଛାଡିଲେ ରମାକାନ୍ତ ଭୋଇ, ୨୦୧୯ରେ ପଦ୍ମ ଦଳରୁ ହୋଇଥିଲେ ପ୍ରାର୍ଥୀ ।

724

କନକ ବ୍ୟୁରୋ : ଉପନିର୍ବାଚନ ପୂବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବାଏ ବାଏ କଲେ ରମାକାନ୍ତ ଭୋଇ । ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରକୁ ପର କରିଛନ୍ତି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ । ଯାହା ଦଳରେ ଥିବା କନ୍ଦଳକୁ ବାହାରେ ପକାଇଛି ।

ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାଜକିଶୋର ବେହେରା ଦଳ ଛାଡି ବିଜେପି ଶିବିରରେ ଏଣ୍ଟ୍ରି କରିବା ପରେ ରମାକାନ୍ତଙ୍କ ଶିବିର ଏହାକୁ ସହଜରେ ଗ୍ରହଣ କରିନଥିଲା । ଏପରିକି ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ରମାକାନ୍ତଙ୍କ ଗୋଷ୍ଠୀ । ତିର୍ତ୍ତୋଲରେ ବିଜେପିରୁ ପୁଣି ଥରେ ପ୍ରାର୍ଥୀ ହେବାକୁ ରମାକାନ୍ତ ଆଶା ବାନ୍ଧି ବସିଥିବା ବେଳେ ଦଳରେ ରାଜକିଶୋରଙ୍କ ଯୋଗଦାନ ଟିକେଟ ରେସରେ ରମାକାନ୍ତଙ୍କୁ ପଛକୁ ଠେଲି ଦେଇଥିଲା ।

ତିର୍ତ୍ତୋଲ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଏଯାଏଁ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେଡି ନିଜ ଗଡ ବଞ୍ଚାଇବା ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଏହି ଆସନକୁ ଅକ୍ତିଆର କରିବାକୁ ଋଣନୀତି କରୁଛି । ସେହିଭଳି କଂଗ୍ରେସ ପୁଣିଥରେ ଏହି ଆସନରେ କମବ୍ୟାକ୍ କରିବାକୁ ନଜର ରଖିଛି ।