ଅଯୋଧ୍ୟାର ଶ୍ରୀ ସୀତାରାମ୍ ମନ୍ଦିରରେ ଆୟୋଜନ ହେଲା ଇଫତାର୍ ପାର୍ଟି ! ପୂଜାରୀ କହିଲେ ବଚିଂଥିଲା ପର୍ଯ୍ୟନ୍ତ ମନ୍ଦିରରେ ପାଳିବି ଇଫତାର୍ ପାର୍ଟି ।

244

ଅଯୋଧ୍ୟାରେ ସୋମବାର ଏଭଳି କିଛି ହେଲା ଯାହାର ଉଦାହରଣ ନା କେବଳ ସ୍ଥାନୀୟ ଲୋକ ସମ୍ପୁର୍ଣ୍ଣ ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୁସଲିମ୍ ସଂପ୍ରଦାୟର ପବିତ୍ର ରମଜାନ୍ ମାସ ଚାଲିଥିବା ବେଳେ ଅଯୋଧ୍ୟାର ଶ୍ରୀ ସୀତାରାମ୍ ମନ୍ଦିରରେ ଇଫତାର୍ ପାର୍ଟି ଆୟୋଜନ କରାଯାଇଥିଲା । ରମଜାନର ପବିତ୍ର ମାସରେ ସାଂପ୍ରଦାୟିକ ସଦଭାବର ମିସାଲ୍ ଦେବା ପାଇଁ ଧାର୍ମିକ ଭାବନାକୁ ଉପରେ ରଖି ମନ୍ଦିରରେ ଇଫତାର୍ ପାର୍ଟିର ଆୟୋଜନ କରାଯାଇଥିଲା ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ମନ୍ଦିରର ପୂଜାରୀ ଯୁଗଳ କିଶୋର କହିଥିଲେ , ଏହା ତୃତୀୟଥର ପାଇଁ ହେଉଛି ଯେଉଁଠି ମନ୍ଦିରରେ ଇଫତାର୍ ପାର୍ଟି ଆୟୋଜନ କରାଯାଉଛି । ମୁଁ ଭବିଷ୍ୟତରେ ମଧ୍ୟ ରମଜାନ୍ ମାସରେ ଏଭଳି ଭାବେ ମନ୍ଦିରରେ ଇଫତାର୍ ପାର୍ଟିର ଆୟୋଜନ କରିବି । ଇଫତାର୍ ପାର୍ଟିରେ ସାମିଲ୍ ହୋଇଥିବା ମୁଜମ୍ମିଲ୍ ଫିଜା କହିଥିଲେ ଯେ ଏଭଳି ଭାବନାକୁ ଧ୍ୟାନରେ ରଖି ସେ ପ୍ରତିବର୍ଷ ହିନ୍ଦୁ ଭାଇଙ୍କ ସହ ନବରାତ୍ରୀ ପାଳନ କରିଥାନ୍ତି । ଏଜେଣ୍ଡା ପାଖରେ ଥିବା ଲୋକମାନେ ଏଭଳି ଉତ୍ସବ ଆୟୋଜନ କରିବା ପାଇଁ ଅମଙ୍ଗିଥାନ୍ତି କିନ୍ତୁ କିଶୋରମାନେ ଆଗକୁ ଆସି ପ୍ରେମ ପ୍ରସାର କରିବାର ଶିକ୍ଷା ଦେଇଥାନ୍ତି । ଦେଶରେ ଯେଉଁ ଲୋକମାନେ ଧର୍ମ ନାଁରେ ରାଜନୀତି କରିଥାନ୍ତି ସେମାନଙ୍କ ପାଇଁ ଏହି ଘଟଣା ଶକ୍ତ ଧକ୍କା ଦେଇପାରେ ।