ରାମ ଜନ୍ମଭୂମି ଟ୍ରଷ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ: ଲକ୍ଷ୍ନୌର ବ୍ୟାଙ୍କରୁ ଜାଲ୍ ଚେକରେ ଟଙ୍କା ଉଠାଯାଇଥିବା ଅଭିଯୋଗ; ଅଯୋଧ୍ୟାରେ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ

664

କନକ ବ୍ୟୁରୋ: ରାମ ଜନ୍ମଭୂମି ଟ୍ରଷ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ । ପୂର୍ବରୁ ରାମ ନ୍ଦିର ନିର୍ମାଣ ନାଁରେ ଅନେକ ଜାଲ ଚାନ୍ଦା ମାଗୁଥିବା ବେଳେ ପ୍ରଥମ ଥର ପାଇଁ ରାମ ଜନ୍ମ ଭୂମି ଟ୍ରଷ୍ଟରୁ ଟଙ୍କା ଗାଏବ ହୋଇଛି । ତାହା ପୁଣି ଲକ୍ଷେ୍ନøର ଦୁଇଟି ବ୍ୟାଙ୍କରୁ ଜାଲ୍ ଚେକରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ଦୁଇଟି ଜାଲ ଚେକ ମାଧ୍ୟରେ ପ୍ରାୟ ୬ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି ।  ଏହି ମାମଲାରେ ଅଯୋଧ୍ୟାରେ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଆଶ୍ଚର୍ଯ୍ୟର କଥା ହେଉଛି ତୃତୀୟ ଥର ପାଇଁ ଦୁର୍ବୃତ ମାନେ ପୁଣି ଥରେ ଜାଲ ଚେକ ମାଧ୍ୟମରେ ଟଙ୍କା ଉଠାଣ ପାଇଁ ପ୍ରୟାସ କରିଥିଲେ । ଲକ୍ଷେ୍ନøର ବ୍ୟାଙ୍କ ଅଫ୍ ବରୋଦାରେ ଜାଲ୍ ଚେକ ମାଧ୍ୟମରେ ୯ଲକ୍ଷ ୮୬ହଜାର ଟଙ୍କା ଉଠାଇବା ପାଇଁ ପ୍ରୟାସ କରିବା ବେଳେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା । ରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତି ରାୟଙ୍କୁ ବ୍ୟାଙ୍କରୁ ଭେରିଫିକେଶନ ପାଇଁ ଫୋନ କଲ କରାଯାଇଥିଲା । ଏହାପରେ ଟ୍ରଷ୍ଟ ପକ୍ଷରୁ ଏପରି କୌଣସି ଟଙ୍କା ଉଠାଣ ପାଇଁ ଚେକ ଲଗାଯାଇନଥିବା ସ୍ପଷ୍ଟ ହୋଇଥିଲା । ପରେ ଟ୍ରଷ୍ଟ ପକ୍ଷରୁ ବ୍ୟାଙ୍କ ଖାତାର ଯାଂଚ କରିବା ପରେ ୬ଲଟ ଟଙ୍କା ଉଠାଣ ହୋଇଥିବା ସୂଚନା ମିଳିଥିଲା ।