କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି । ରାମ ମନ୍ଦିର ପୂଜକ ପାଇଁ ଗତ ମାସରେ ବିଜ୍ଞାପନ ଦିଆଯାଇଥିଲା । ଏହାପରେ ୩ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଥିଲେ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଥିଲା । ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୨ଶହ ଜଣଙ୍କୁ ବଛାଯାଇଛି । ଏମାନଙ୍କର ପୁଣି ଥରେ ସାକ୍ଷାତକାର ଚାଲିଛି । ଏହି ୨ଶହ ଜଣଙ୍କ ମଧ୍ୟରୁ ୨୦ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯିବ ।

Advertisment

ରାମମନ୍ଦିର ପୂଜକ
୩ ହଜାର ଆଶାୟୀ
- ପୂଜକ ପାଇଁ ୩ହଜାରରୁ ଅଧିକ ଆଶାୟୀ
- ପ୍ରାରମ୍ଭିକ ପର୍ଯ୍ୟାୟରେ ୨ଶହ ଜଣ ସର୍ଟଲିଷ୍ଟ
- ୨ଶହ ଜଣଙ୍କ ମଧ୍ୟରୁ ଚୟନ ହେବେ ୨୦ଜଣ
- ଏହି ୨୦ଜଣଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ
- ୬ମାସ ତାଲିମ ପରେ ନିଯୁକ୍ତି
- ତାଲିମ ବେଳେ ୨ହଜାର ଟଙ୍କା ଛାତ୍ରବୃତ୍ତି
- ପଣ୍ଡିତମାନେ ଦେବେ ତାଲିମ
- ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ
- ଚୟନ ବେଳେ ପୂଜା ବିଧି ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା
- ସନ୍ଧ୍ୟା ବନ୍ଦନା କ’ଣ? ପ୍ରଶ୍ନ କରାଯାଇଥିଲା
- ସନ୍ଧ୍ୟା ବନ୍ଦନାର କ’ଣ ରହିଛି ବିଧି?
- ପୂଜାବେଳେ କି ମନ୍ତ୍ର କରାଯାଏ ଉଚ୍ଚାରଣ?
- ରାମ ଲାଲାଙ୍କ ପୂଜା ବେଳେ କ’ଣ ମନ୍ତ୍ର ପାଠ କରାଯାଏ?