କନକ ବ୍ୟୁରୋ: ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିିଛି କାର୍ଯ୍ୟକ୍ରମ । ଅନ୍ତିମ ପର୍ଯ୍ୟାୟରେ ନିର୍ମାଣକାମ ପହଁଚିଥିବାବେରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦିନ ସମୟ ଧାର୍ଯ୍ୟ ହୋଇସାରିଛି । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଉଛି । ତେବେ ନିମନ୍ତ୍ରଣ ପାଇବା ସତ୍ୱେ କାର୍ଯ୍ୟକ୍ରମକୁ ଆସିବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ମନା କରିଥିବା ଜଣାପଡିଛି । ପୂର୍ବରୁ ବାମପନ୍ଥି ନେତା ସୀତରାମ ୟେଚୁରୀ ମଧ୍ୟ କାର୍ଯ୍ୟକ୍ରମକୁ ଆସିବେନି ବୋଲି ମନା କରିଥିଲେ । ଉଭୟ ଦଳ କହିଛନ୍ତି ଧର୍ମୀୟ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମର ରୂପଦେଇଛି । ନିର୍ବାଚନ ପାଇଁ ରାମଙ୍କ ନାଁରେ ଦଳ ଭୋଟ ମାଗୁଛି । ବିଜେପି ,ଆରଏସଏସ ଓ ଭିଏଚିପିର ଏହା ଏକ ଦଳୀୟ କାର୍ଯକ୍ରମ ଅଟେ । ତେଣୁ ଯୋଗ ନଦେବାକୁ ନିଷ୍ପତି ନେଇଛୁ ।

Advertisment

ନିମନ୍ତ୍ରଣ ସତ୍ୱେ ଟିଏମସି ଓ ସିପିଆଇଏମ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ମନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମ ନାଁରେ କିଛି ବିରୋଧୀ ଦଳ ରାଜନୀତି କରୁଛନ୍ତି । ଯେବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଥିଲା ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଭଗବାନ ରାମ ଓ ଅଯୋଧ୍ୟା କ’ଣ କେବଳ ବିଜେପିର ବୋଲି ପ୍ରଶ୍ନ କରିଥିଲେ । ଆଉ ଏବେ ବିଭିନ୍ନ ବାହାନା ଦେଇ ନିମନ୍ତ୍ରଣ ପାଇବା ସତ୍ୱେ କାର୍ଯ୍ୟକ୍ରମକୁ ନଆସିବା ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠାଇଛି ବିଜେପି ।
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଦେଶ ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥିଭାବେ ସାମିଲ ହେବେ ।ଏହ।। ଭିତରେ ଟିଏମସି ଓ ସିପିଆଇଏକୁ କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ କାର୍ଯ୍ୟକ୍ରମ କହି ଯୋଗ ନଦେବା ଘଟଣା ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି ।