ଅଯୋଧ୍ୟାରେ ନିର୍ମାଣ ହେବ ୨୨୧ ମିଟର ଉଚ୍ଚ ରାମ ମୂର୍ତ୍ତି, ୟୁପି ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କଲେ ବିଶେଷ ପ୍ଲାନ 

ଅଯୋଧ୍ୟାରେ ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ପ୍ରତିମା ନିର୍ମାଣ କରାଯିବ, ଯେଉଁଥିରେ ୨୨୧ ମିଟର ଉଚ୍ଚ ଚକ୍ର ବି ରହିବ ।

407

ଅଯୋଧ୍ୟାରେ ସରଜୂ ନଦୀ କୂଳରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣ କରାଯିବ । ରାମ ମୂର୍ତ୍ତି କୁ ନେଇ ଶନିବାର ଦିନ ସିଏମ୍ ଯୋଗୀ ଆଦିତ୍ୟନାଥ ଲଖନଉରେ ବୈଠକ କରିଥିଲେ । ଏହି ବୈଠକରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମୂର୍ତ୍ତି ଓ ଏହାର ଆଖପାଖର ଡିଜାଇନ୍ ଉପରେ ଚର୍ଚ୍ଚା ହୋଇଛି । ପ୍ରସ୍ତାବିତ ରାମ ମୂର୍ତ୍ତି ଫଟୋ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଆପଣ ଦେଖି ଅନୁମାନ ଲଗାଇପାରିବେ କି ରାମ ମୂର୍ତ୍ତିକୁ ନେଇ ୟୁପି ସରକାର କେତେ ବଡ ସ୍ତରରେ ପ୍ରସ୍ତୁତି କରୁଛନ୍ତି ।

ଅଯୋଧ୍ୟାରେ ୨୨୧ ମିଟର ଉଚ୍ଚ ପ୍ରଭୁ ରାମଙ୍କର ପ୍ରତିମା ନିର୍ମାଣ କରାଯିବ, ଯେଉଁଥିରେ ୨୨୧ ମିଟର ଉଚ୍ଚ ଚକ୍ର ବି ରହିବ । ଏହି ମୂର୍ତ୍ତି ତଳେ ୫୦ ମିଟରର ବେସ୍ ରହିବ । ଶ୍ରୀରାମଙ୍କ ହାତରେ ଧନୁ, ତୀର ଓ ବର୍ଚ୍ଛା ରହିବ । କେବଳ ମୂର୍ତ୍ତି  ନିର୍ମାଣ ହେବନି, ଏହା ସହିତ ସମଗ୍ର ଅଂଚଳର କାୟାକଳ୍ପ କରାଯିବ ।  ବେସ୍ ତଳେ ଆଧୁନିକ ମ୍ୟୁଜିୟମ୍ ନିର୍ମାଣ କରାଯିବ । ଯେଉଁଥିରେ ଭଗବାନ ଶ୍ରୀରାମଙ୍କ ସହିତ ଜଡିତ ଜିନିଷ ରଖାଯିବ । ଏଥିପାଇର୍ ମୁଖ୍ୟମନ୍ତ୍ରୀ ବିଶେଷ ପ୍ଲାନ ପ୍ରସ୍ତୁତ କରିଛନ୍ତି । ରାମ ମୂର୍ତ୍ତିକୁ ୧୦୦ ଏକର ଜମିରେ ନିର୍ମାଣ କରାଯିବ । ସରଜୂ ନଦୀ କୂଳେ ୧୦୦ ଏକର ଜମିରେ ରାମ ମ୍ରୂ୍ତ୍ତି ସହିତ ରିଭରଫ୍ରଣ୍ଟ ବି ନିର୍ମାଣ ହେବ । ୧୦୦ ଏକର ଜମିରେ ରାମ ମ୍ରୂ୍ତ୍ତି ପରିସରରେ ଅନେକ ବିଶେଷତ୍ୱ ରହିବ । ରାମଙ୍କ କୁଡିଆ ଠାରୁ ଆରମ୍ଭ କରି ବୈଦିକ ପୁସ୍ତକାଳୟ ପର୍ଯ୍ୟନ୍ତ ରହିବ ।