କନକ ବ୍ୟୁରୋ: ବଚ୍ଚନ ପାଣ୍ଡେ, ପୃଥ୍ୱୀରାଜ, ରକ୍ଷାବନ୍ଧନ ପରେ ଏବେ ଅକ୍ଷୟ କୁମାର ନେଇ ଆସିଛନ୍ତି ‘ରାମ ସେତୁ’ । ପ୍ରକାଶ ପାଇଲା ଫିଲ୍ମର ଟିଜର । ଯାହା ବେଶ୍ ଦମଦାର ରହିଥିବା କୁହାଯାଉଛି । ଏହି ଟିଜର ପୁରା ଫିଲ୍ମକୁ ଭଲ ଭାବେ ବୁଝିବାକୁ ସହାୟକ ହୋବ ବୋଲି ମଧ୍ୟ କୁହାଯାଉଛି ।
ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଅଭିନୟରେ ଅଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ନୁସରତ ଭରୁଚା । ଦୁହିଁଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ରାମସେତୁ’କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଅକ୍ଷୟ କୁମାର । ପ୍ରଥମେ ଫିଲ୍ମର ବିଷୟ ବସ୍ତୁକୁ ନେଇ ସସପେନ୍ସ ରଖାଯାଇଥିଲା । ହେଲେ ଏବେ ଏହାର ଟିଜର ରିଲିଜ୍ ହେବା ପରେ ଫିଲ୍ମର ବିଷୟବସ୍ତୁକୁ କିଛି ମାତ୍ରାରେ ବୁଝାଯାଇପାରୁଛି । ଏହି ଫିଲ୍ମରେ ରାମ ସେତୁକୁ ବଞ୍ଚାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି ଅକ୍ଷୟ କୁମାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/09/ram.jpg)