ରାମ ରହିମଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ: ରଣଜିତ ସିଂ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

465

କନକ ବ୍ୟୁରୋ: ଆତ୍ମଘୋଷିତ ବାବା ରାମ ରହିମଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ରଣଜିତ ସିଂ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ରାମ ରହିମଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏହାସହ ରାମ ରହିମଙ୍କୁ ୩୧ ଲକ୍ଷ ଓ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କାର ଜୋରିମାନା ହୋଇଛି ।

୨୦୦୨ ଜୁଲାଇ ୧୦ ତାରିଖରେ ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା । ଏହାର ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା । ୧୯ ବର୍ଷ ପରେ ଚଳିତ ବର୍ଷ ଆରମ୍ଭରୁ ରାମ ରହିମଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏବେ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଛି ।