ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମଙ୍କୁ ବଡ ଝଟକା ଲାଗିପାରେ । ପତ୍ରକାରଙ୍କ ହତ୍ୟା ଏବଂ ସାଧ୍ୱୀଙ୍କୁ ଦୁଷ୍କର୍ମ ଦୋଷରେ ଅଭିଯୁକ୍ତ ବାବା ରାମ୍ ରହିମଙ୍କୁ ଜାମିନକୁ ଖାରଜ କରାଯାଇପାରେ । ଚାଷ କରିବା ପାଇଁ ରାମ୍ ରହିମ୍ ଜାମିନ ଆବେଦନ କରିଥିଲା । କିନ୍ତୁ ତାଙ୍କ ପାଖରେ କୌଣସି କୃଷି ଭୂମି ନଥିବା କାରଣରୁ ତାଙ୍କ ଜାମିନ ଖାରଜ ହୋଇପାରେ । ସବୁ ଜମି ଡେରା ସଚ୍ଚା ସୌଦା ଟ୍ରଷ୍ଟ୍ ନାଁରେ ରହିଛି । ରୋହତକ୍ ର ସୁନରିୟା ଜେଲରେ କଏଦ୍ ଥିବା ଗୁରମିତ୍ ରାମ ରହିମ କୃଷିକାମ ପାଇଁ ଜାମିନ ଆବେଦନ କରିଥିଲା । କିନ୍ତୁ ସିରସା ଜିଲ୍ଲା ପ୍ରଶାସନ ଯେଉଁ ରିପୋର୍ଟ ହରିୟାଣାକୁ ପଠାଇଥିଲେ ସରକାରଙ୍କ ରେଭେନ୍ୟୁ ବିଭାଗକୁ ତାହା ପଠାଯାଇଥିଲା ଯେଉଁଥିରେ ରାମ ରହିମ୍ ଙ୍କ ପାଖରେ କୌଣସି କୃଷି ଭୂମି ନଥିବା କଥା ଦର୍ଶାଯାଇଥିଲା । ରେଭେନ୍ୟୁ ବିଭାଗର ତହସିଲଦାର ନିଜ ରିପୋର୍ଟରେ କହିଥିଲେ ଯେ ଡେରେ ପାଖରେ ମୋଟ ୨୫୦ ଏଳରର ଜମି ରହିଛି । କିନ୍ତୁ ଏହି ଜମିରେ ରାମ ରହିମ୍ କୃଷକ ତଥା ମାଲିକ ଭାବେ ରେଜିଷ୍ଟ୍ରର୍ ହିଁ ନାହିଁ ।
ଦୁଇଜଣ ସାଧ୍ୱୀ ଏବଂ ପତ୍ରକାରଙ୍କ ହତ୍ୟା ମାମଲାରେ ସଜା କାଟୁଥିବା ଗୁରୁମିତ୍ ରାମ୍ ରହିମ୍ ଜେଲ୍ ରୁ ବାହାରିବା ପାଇଁ ସସପେନ୍ସ ଜାରି ରହିଛି । ରାମ୍ ରହିମ୍ ୪୨ ଦିନ ପାଇଁ ଜାମିନ ଆବେଦନ କରିଥିଲେ ହେଁ ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତିକୁ ଏବେ ଅପେକ୍ଷା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/gurmeet-ram-rahim-singh-1.jpg)
/kanak/media/post_attachments/wp-content/uploads/2019/06/707995-gurmeer-ram-rahim-300x171.jpg)