ଜେଲରେ ଥିବା ରାମରହିମ ଅସଲି ନା ନକଲି ! ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମର ସନ୍ଦେହ, ପୋଷ୍ୟାକନ୍ୟା ହନିପ୍ରୀତଙ୍କ ସହ ଖସି ଯାଇଛନ୍ତି କି ଗୁରମିତ୍

52

କନକ ବ୍ୟୁରୋ : ଗତ କିଛିଦିନ ଧରି ଗଣମାଧ୍ୟମର ଚର୍ଚ୍ଚାରେ ରହି ଆସିଛନ୍ତି ରାମରହିମ । ଡେରା ପ୍ରମୁଖ ରାମରହିମଙ୍କୁ ଦୁଇଜଣ ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଭବ୍ୟ ମହଲରୁ ଜେଲର ଅନ୍ଧାର କୋଠରୀକୁ ଯାଇଛନ୍ତି ରାମରହିମ । ରୋହତକ ଜେଲରେ ବାବା ରହିବା ପରେ ଶାନ୍ତ ପଡିଯାଇଛି ଡେରା ଆଶ୍ରମ । କିନ୍ତୁ ଏବେ ପୁଣିଥରେ ବାବାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶିତ ଖବବ ଅନୁଯାୟୀ, ଜେଲରେ ରହିଥିବା ରାମରହିମ ଅସଲି ନୁହଁନ୍ତି ବରଂ ତାଙ୍କ ଭଳି ଦେଖାଯାଉଥିବା ଅନ୍ୟ ଏକ ବ୍ୟକ୍ତି । ଏହି ଘଟଣା ସମ୍ନାକୁ ଆସିବା ପରେ ହରିୟାଣା ସରକାରଙ୍କର ଚିନ୍ତା ବଢ଼ିଯାଇଛି । ଜେଲରେ ରହିଥିବା ରାମରହିମ ଅସଲି ନା ନକଲି ସେ ନେଇ ତଦନ୍ତ ଆରମ୍ଭ କରିଛି ହରିୟାଣା ପୋଲିସ ।

gurmeetଜେଲରେ ଥିବା ରାମରହିମ ଅସଲି ନା ନକଲି ? ପୋଷ୍ୟାକନ୍ୟା ହନିପ୍ରୀତ ସିଂଙ୍କ ସହ ଫେରାର ହୋଇଯାଇଛନ୍ତି କି ବାବା ରାମରହିମ ? ଏଭଳି ବିଭିନ୍ନ ପ୍ରଶ୍ନ ଏବେ ହରିୟାଣା ସରକାରଙ୍କର ଚିନ୍ତା ବଢ଼ାଇଦେଇଛି । କାରଣ ପୂର୍ବରୁ ମଧ୍ୟ କୋର୍ଟରୁ ରାମରହିମଙ୍କୁ ଫେରାର କରିବା ପାଇଁ ଯୋଜନା କରାଯାଇଥିଲା  । ଆଉ ଏହାର ମାଷ୍ଟରମାଇଣ୍ଡ ଥିଲେ ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ସିଂ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ରାମରହିମଙ୍କୁ ଫେରାର କରିବା ଚକ୍ରାନ୍ତ ଅଭିଯୋଗରେ ହନିପ୍ରୀତଙ୍କ ନାଁରେ ହରିୟାଣା ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି । ଏପରିକି ତାଙ୍କ ନାଁରେ ଦେଶଦ୍ରୋହ ମାମଲା ବି ରୁଜୁ ହୋଇଛି । ତେବେ ଲୁକ ଆଉଟ ନୋଟିସ୍ ଜାରି ହେବା ପରେ ଗାୟବ ହୋଇଯାଇଛନ୍ତି ହନିପ୍ରୀତ । ପୋଲିସକୁ ଚକମା ଦେଇ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି ବାବାଙ୍କ ପୋଷ୍ୟାକନ୍ୟା । ହନିପ୍ରୀତଙ୍କୁ ଧରିବା ପାଇଁ ବୋଲିସ ସମସ୍ତ ପ୍ରକାର ଚେଷ୍ଟା କରି ବିଫଳ ହୋଇଛି । ତେଣୁ ହନିପ୍ରୀତ ଦେଶ ବାହାରକୁ ଚାଲିଯାଇଥିବା ନେଇ ସନ୍ଦେହ କରାଯାଉଛି ।

gurmeet ramପୂର୍ବରୁ ସିବିଆଇ କୋର୍ଟ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଉଭୟ ରାମ ରହିମ ଏବଂ ହନିପ୍ରୀତ ଜେଲରେ ଏକାଠି ରହିବା ଲାଗି କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ରାମ ରହିମ ମଧ୍ୟ ଏନେଇ ଏକ ପିଟିସନ ଦାୟର କରିଥିଲେ ।  ହନିପ୍ରୀତ ମଧ୍ୟ ତାଙ୍କ ଓକିଲଙ୍କ ମାଧ୍ୟମରେ ଜେଲରେ ରାମରହିମଙ୍କ ସହ ରହିବା ପାଇଁ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ । ତେବେ ସିବିଆଇ କୋର୍ଟ ରାମ ରହିମଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଜେଲ୍ରେ କେହି ସହଯୋଗୀ ରହିବେ କି ନା’ସେନେଇ କୋର୍ଟ କୌଣସି ନିଷ୍ପତ୍ତି ନେଇ ପାରିବେନି । ତେବେ ଜେଲରେ ଜଣେ ପୁରୁଷ ଅଭିଯୁକ୍ତଙ୍କ ସହ ଜଣେ ମହିଳା ରହିପାରିବେନି ଏବଂ ତାହା ଜେଲର ନିୟମ ପରିସରଭୁକ୍ତ ନୁହେଁ ବୋଲି ଜେଲ୍ ପ୍ରଶାସନ ସ୍ପଷ୍ଟ କରିଥିଲେ ।

ଜେଲର କାଳକୋଠରୀରେ ବନ୍ଦ ଥିବା ରାମରହିମ ଜେଲ ପ୍ରଶାସନକୁ ଏକ ଦଶଜଣିଆ ଲିଷ୍ଟ ଦେଇଛନ୍ତି । ଯେଉଁ ୧୦ ଜଣ ତାଙ୍କୁ ଜେଲରେ ଭେଟିବାକୁ ଆସିବେ ସେମାନଙ୍କ ନାଁ ଏହି ଲିଷ୍ଟରେ ଉଲ୍ଲେଖ କରିଛନ୍ତି ରାମରହିମ । ଏହି ଲିଷ୍ଟରେ ବାବା ତାଙ୍କ ଅତ୍ୟନ୍ତ ଘନିଷ୍ଠ ହନିପ୍ରୀତଙ୍କ ନାଁ ପ୍ରଥମେ ଉଲ୍ଲେଖ କରିଥିବା ବେଳେ ଧର୍ମପତ୍ନୀଙ୍କ ନାଁ  ଦେଇନାହାନ୍ତି ।ଏପରିକି ହନିପ୍ରୀତଙ୍କ ସହ କଥା ହେବାକୁୁ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଏହି ଲିଷ୍ଟରେ ଉଲ୍ଲେଖ କରିଛନ୍ତି ରାମରହିମ ।

ବାବାଙ୍କୁ ଗିରଫ ହେବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଡେରା ଆଶ୍ରମର ତଲାସି ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଶ୍ରମରେ ଯାଞ୍ଚ କରିବା ପରେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ ପୋଲିସ ଅଧିକାରୀ । ଆଶ୍ରମର ଯାଞ୍ଚ କରିବା ସମୟରେ ବାବାଙ୍କ ବ୍ୟକ୍ତିଗତ କୋଠରୀ ବା ଗୁମ୍ଫାରୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ଏହାଛଡା ଡେରା ମୁଖ୍ୟାଳୟରେ ଯାଞ୍ଚ କରିବା ସମୟରେ ବିଭିନ୍ନ ଘାତକ ହତିୟାର ଜବତ କରିଛି ପୋଲିସ ।