କନକ ବ୍ୟୁରୋ : ଶାନ୍ତି, ସମୃଦ୍ଧି ଓ ଭକ୍ତିର ପର୍ବ ରାମନବମୀ ଶୋଭାଯାତ୍ରା ଦେଖିବାକୁ ମିଳିଛି ପୋଡାଜଳା,ଦଙ୍ଗା ଓ ହିଂସା । କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ତ ପୁଣି କେଉଁଠି ଗାଡିକୁ ପୋଡିଜାଳି ପାଉଁଶ କରିଛନ୍ତି ଉପଦ୍ରବୀ । କେବଳ ସେତିକି ନୁହେଁ କିଛି ସ୍ଥାନରେ ଉପଦ୍ରବୀ ନିଆଁ ଲଗାଇ ଫେରାର ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଟିକେ ନଜର ପକାନ୍ତୁ ପଶ୍ଚିମବଙ୍ଗର ହାୱଡା, ଶିବପୁରୀ ଏମିତି ଅନେକ ସ୍ଥାନରେ ଘଟିଥିବ ଭୟାବହ ହିଂସାକାଣ୍ଡ ଉପରେ । ସୂଚନା ଅନୁସାେରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରକୁ କିଛି ଦୁବୁର୍ତ ପଥରମାଡ କରିଥିଲେ । ଯାହାକୁ ନେଇ ତୁମୁଳକାଣ୍ଡ ଘଟିଥିଲା । ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଁଚି ସ୍ଥିତିକୁ ଆୟତ କରିବାକୁ ଯାଇ ମଧ୍ୟ ଦୁବୁର୍ତଙ୍କ ଆକ୍ରମଣର ଶିକାର ହୋଇଛି । ଘଟଣାକୁ ନେଇ ବିଜେପି ଟିଏମସି ପରସ୍ପର ଉପରେ ଦୋଷାରପ କରୁଛନ୍ତି ।

Advertisment

କେବଳ ପଶ୍ଚିମବଙ୍ଗରେ ନୁହେଁ ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ, ଉତରପ୍ରଦେଶ ଓ ଦେଶର ଅନେକ ସ୍ଥାନରେ ଧର୍ମ ନାଁରେ କରାଯାଇଛି ହିଂସା । ଗୁଜରାଟ ଭଦୋଦରାରେ ପଥରମାଡ କରାଯିବା ସହ ବିଭିନ୍ନ ସ୍ଥାନରେ ଉପଦ୍ରବୀ ଆକ୍ରମଣ କରିଛନ୍ତି । ସେହିପରି ଉତରପ୍ରଦେଶର ମଥୁରାରେ ଶୋଭାଯାତ୍ରା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିବା ସଂର୍ଘଷ ଅଣଆୟତ ସ୍ଥିତି ସୃଷ୍ଟି କରିଥିଲା । ସେପଟେ ରାଜସ୍ଥାନ କୋଟାରେ ରାମନବମୀ ଶୋଭାଯାତ୍ରା ସମୟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଘଟଣାରେ ୩ଜଣଙ୍କ ମୃତ୍ୟୁ ସୂଚନା ରହିଛି । ସେହିପରି ମହାରାଷ୍ଟ୍ରର ଔରଙ୍ଗାବାଦ ଓ ଜଲଗାଁଓରେ ଦେଖିବାକୁ ମିଳିଛି ଧର୍ମ ନାଁରେ ହିଂସା । ହିନ୍ଦୁ ଓ ମୁସଲିମ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣାର ଇଏ ହେଉଛି ସିସିଟିଭି ଫୁଟେଜ ।

ରାମନବମୀରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସା ପ୍ରଥମଥର ପାଇଁ ହୋଇନି । ପୂର୍ବରୁ ଅନେକବାର ଏଭଳି ଘଟଣା ଘଟିଛି । ତେବେ ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ପ୍ରତ୍ୟେକ ରାମନବମୀରେ ଏଭଳି ହିଂସାକାଣ୍ଡ ଘଟୁଛି? ଏହା ପଛରେ ପ୍ରକୃତରେ ପରିସ୍ଥିିତି ଦାୟୀ ନା ଏହା ରାଜନୀତି ପ୍ରେରିତ?