ଶ୍ରୀରାମ ନବମୀରେ ବନ୍ଦ ରହିବ ଠାକୁରଙ୍କ ଦୁଆର : କରୋନା ସଂକ୍ରମଣ ଯୋଗୁଁ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଭୁବନେଶ୍ୱର, କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ସେପଟେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧାର୍ମିକସ୍ଥଳରେ ଦର୍ଶନ ମନା

89

କନକ ବ୍ୟୁରୋ : ଆଜି ଶ୍ରୀରାମ ନବମୀ । ହେଲେ, କରୋନା ଯୋଗୁଁ ବନ୍ଦ ରହିବ ଶ୍ରଦ୍ଧାଳୁଙ୍କ ଦର୍ଶନ । କେବଳ ପରମ୍ପରା ଅନୁସାରେ ପୂଜାପାଠ ସହ ଧାର୍ମିକ ନୀତିକାନ୍ତି ହେବ । ଅନ୍ୟପଟେ ଆଜିଠାରୁ କଟକ ଓ ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧାର୍ମାନୁଷ୍ଠାନ । ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏନେଇ ବିଏମସି ଓ ସିଏମସି ପକ୍ଷରୁ ଘୋଘଣା କରାଯାଇଛି ।

ଏହି ସମୟରେ କେବଳ ଅଳ୍ପ ସଂଖ୍ୟକ ସେବାୟତ କିମ୍ବା କର୍ମଚାରୀଙ୍କ ଦ୍ୱାରା ନୀତିକାନ୍ତି ଚାଲିବ । ସମସ୍ତ ଧାର୍ମିକ ଅନୁଷ୍ଠାନ କର୍ତ୍ତୃପକ୍ଷ ଏହା ନିଶ୍ଚିତ କରିବେ । ପରମ୍ପରା ଓ ନୀତିକାନ୍ତି ସମୟରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଧାର୍ମମିକ ଅନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ବୋଲି ବିଏମସି ଓ ସିଏମସି ପକ୍ଷରୁ କୁହାଯାଇଛି । ସେହିପରି ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଭିତରକୁ ଶ୍ରଦ୍ଧାଳୁ ଯିବା ଉପରେ କଟକଣା ଲଗାଇଛି ପ୍ରଶାସନ ।

ସମସ୍ତ ଧାର୍ମିକ ଅନୁଷ୍ଠାନ ଭିତରକୁ କୌଣସି ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଳାରେ କରୋନା ସଂକ୍ରମଣ ଦ୍ରୂତ ଗତିରେ ମାଡି ଚାଲିଛି । ଯାହା ଫଳରେ ଖୋର୍ଦ୍ଧା ଜିଲ୍ଳାରେ ଏବେ ୪ ହଜାର ୩୭୯ କରୋନା ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି କଟକ ଜିଲ୍ଲାରେ ଏବେ ୧୩୭୨ ସକ୍ରିୟ ସଂକ୍ରମିତ ରହିଛନ୍ତି ।