ଆଜି ପବିତ୍ର ରାମ ନବମୀ : ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାମ ନବମୀ ନୀତି; ୪ ଘଂଟା ବନ୍ଦ ରହିବ ସାଧାରଣ ଦର୍ଶନ
କନକ ବ୍ୟୁରୋ: ଆଜି ରାଜ୍ୟସାରା ପାଳିତ ହେଉଛି ରାମନବମୀ । ଗାଁ ଠାରୁଁ ସହର ସବୁଠି ଜାକଜମକରେ ପାଳିତ ହୋଇଛି ଏହି ପର୍ବ । ଶ୍ରୀମନ୍ଦିରରେ ଆଜି ରାମ ନବମୀ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଠାକୁରଙ୍କ ସାଧାରଣ ଦର୍ଶନ ୪ ଘଂଟା ବନ୍ଦ ରହିବ । ରାମ ମନ୍ଦିରରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଯାଇଛି । ସକାଳୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାପ୍ରଭୁ ରାମଙ୍କ ଦର୍ଶନ ଭକ୍ତ ମାନେ ସକାଳୁ ସକାଳୁ ହାତରେ ଧୁପ ଦିପ,ଭୋଗ ରାଗ ଧରି ଲମ୍ବା ଲାଇନରେ ଛିଡାହୋଇଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଏ । ରାମଚନ୍ଦ୍ର ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ତାଙ୍କୁ କଳିଯୁଗରେ ପୂଜା କଲେ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
ସେପଟେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧିମୁତାବକ ଆଜି ଆଜ୍ଞାମାଳ ବିଜେ । ଏହା ପରେ ମହାପ୍ରଭୁଙ୍କ ରଥ ଲାଗି କାଠ ଚିରଟ ହେବ । ପରମ୍ପରା ମୁତାବକ ରାମ ନବମୀ ଦିନ ତିନିରଥ ପାଇଁ ୩ଟି କାଠ ଚିରଟ ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ମହାରଣା ସେବାୟତ ରଥ କାଠ ନିକଟରେ ପହଂଚି ସେଠାରେ ପୂଜାଚର୍ଚ୍ଚନା କରିଥାନ୍ତି । ଏହାପରେ ରଥ ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଥାଏ ।