କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପାଳନ କରୁଛି ପ୍ଲାଟିନମ୍ ଜୁବଲି ସମାରୋହ । ଏହି ଅବସରରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ତାଙ୍କ ବିଶ୍ୱାସ ଉକ୍ରଳ ବିଶ୍ୱବିଦ୍ୟାଳୟ ଆହୁରି ଆଗକୁ ଯିବ । ୭୫ ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ବିଶ୍ୱବିଦ୍ୟାଳୟର ବହୁ ପୁରାତନ ଛାତ୍ର ଦେଶକୁ ଗୌରବାନ୍ୱିତ କରିଛନ୍ତି । ଉକ୍ରଳବିଶ୍ୱବିଦ୍ୟାଳୟକୁ ନିଜକୁ ଗୌରବାନ୍ୱିତ ଅନୁଭବ କରୁଥିବା କହିଛନ୍ତି ରାମନାଥ କୋବିନ୍ଦ । ଅନ୍ୟତମ ଅତିଥୀ ଭାବେ କୁଳାଧୀପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଅରୁଣ ସାହୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ନବନିର୍ମିତ ଋଷା ଭବନକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ।

Advertisment

ସେହିଭଳି ଐତିହାସିକ ବରୁଣେଇ ପାହାଡ ପାଦଦେଶରେ ବିଦ୍ରୋହ ସ୍ମାରକୀର ଆଜି ଶିଳାନ୍ୟାସ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଐତିହାସିକ ବରୁଣେଇର ପାଦଦେଶରେ ରଷ୍ଟ୍ରପତି ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିର ଶୁଭ ଦେଇଛନ୍ତି । ଏହି ସ୍ଥାନରେ ୧୦ ଏକର ପରିମିତ ଜାଗାରେ ନିର୍ମାଣ ହେବ ବିଶାଳ ସ୍ମୃତି ସ୍ମାରକ । ଯାହା ସାରା ବିଶ୍ୱକୁ ଓଡିଶାର ପାଇକ ବିଦ୍ରୋହର ବାର୍ତା ଦେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଥିଲେ । ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଏକ୍ସପ୍ରେସ ଚଳାଇବାକୁ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ଦାବି କରିଥିଲେ । ଏହା ସହିତ ରାଜ୍ୟ ସରକାର ପାଇକ ବିଦ୍ରୋହର ସ୍ମାରକ ପାଇଁ ୧୦ ଏକର ପରିମିତ ଜାଗା ସହିତ ସମସ୍ତ ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।