ରାମ ମନ୍ଦିରର ପୁନଃବିଚାର ପାଇଁ ଆବେଦନ ! କୋର୍ଟରେ ବିଚାର ଲାଗି ଆବେଦନ କଲେ ମୁସଲିମ ସଂଗଠନ

398

କନକ ବ୍ୟୁରୋ : ରାମ ଜନ୍ମଭୂମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ପ୍ରଥମ ପୁନଃବିଚାର ପାଇଁ ଆବେଦନ କଲେ ମୁସଲିମ୍ ସଂଗଠନ । ରାୟର ପୁନଃବିଚାର ଲାଗି ଜମିୟତ ଉଲେମା ଏ ହିନ୍ଦ ନାମକ ମୁସଲିମ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନ କରାଯାଇଛି । ୨୧୭ ପୁଷ୍ଠାର ଆବେଦନ ଦାଖଲ କରିଛନ୍ତି ଏମ୍ ସିଦ୍ଧିକ୍ । ଆବେଦନରେ କୁହାଯାଇଛି ସମ୍ବିଧାନ ଆଦେଶରେ ରୋକ ଲଗାଯାଉ । ଯେଉଁ ବିବାଦିତ ଜମି ରାମ ମନ୍ଦିର ପକ୍ଷରେ ଅଛି ତାହାର ପୁନଃବିଚାର କରାଯାଉ ।

ସଂଗଠନର କାର୍ଯ୍ୟକାରୀ କମିଟି ଗତ ନଭେମ୍ବର ୧୪ରେ ୫ଜଣିଆ କମିଟି ଗଠନ କରିଥିଲେ । ଏଥିରେ ଆଇନ ବିଶେଷଜ୍ଞ ଓ ଧାର୍ମିକ ବ୍ୟାପାର ସମ୍ବନ୍ଧୀୟ ବିଦ୍ୱାନ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟର ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ଏହି କମିଟି ଗଠନ କରାଯାଇଥିଲା ।