୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା

135

କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ  । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି ।

ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଧିକ ନାଁ’କୁ ନେଇ ଚର୍ଚ୍ଚା ଭିତରେ ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତ, ମୋଦୀ ହିଁ ମୁଖ୍ୟ ଯଜମାନ ହେବେ ବୋଲି ସୂଚନା ଦେଇଛନ୍ତି । ପ୍ରାଣପ୍ରତିଷ୍ଠା ପାଇଁ ଭକ୍ତି ଓ ଶ୍ରଦ୍ଧାମୟ ଭିତରେ ୩ ଦିନ ଆଧ୍ୟାତ୍ମିକ ଚେତେନା ଭିତରେ ରହିବେ ପ୍ରଧାନମନ୍ତ୍ରୀ ।

– ପ୍ରାଣ ପ୍ରତିଷ୍ଠା ଦିନ ନିର୍ଜଳା ଉପବାସ କରିବେ ପ୍ରଧାନମନ୍ତ୍ରୀ
– ୧୯ ରୁ ୨୧ ତାରିଖ ଯାଏଁ କେବଳ ଫଳମୂଳ ଆହାର ଗ୍ରହଣ କରିବେ
– ଖଟରେ ନଶୋଇ ତଳେ ବିଛଣାରେ ଶୋଇବେ
– ଶ୍ଲୋକ ଓ ଭଜନ ଜପ କରିବେ ନରେନ୍ଦ୍ର ମୋଦୀ

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କୁ ସ୍ଥାପିତ କରିବେ । ଆଠ ଦିନ ଧରି ଆଧ୍ୟାତ୍ମିକ ବିଧି ଚାଲିବ । ତେଣୁ ଯଜମାନୀ ଦାୟିତ୍ୱରେ ସହଯୋଗ କରିବା ପାଇଁ ଅନିଲ ମିଶ୍ରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଡକ୍ଟର ଅନୀଲ ମିଶ୍ର ପେଶାରେ ଜଣେ ଡାକ୍ତର ଓ ପରବର୍ତୀ ସମୟରେ ଆରଏସଏସରେ ସାମିଲ ହୋଇଥିଲେ ।

ଏପଟେ ଅଯୋଧ୍ୟାରେ ପହଁଚିଲେଣି ଅତିଥି । ପୌରାଣିକ ଧାରାବାହିକ ରାମାୟଣରେ ରାମ,ସୀତା ଓ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିବା ଅରୁଣ ଗୋଭିିଲ, ସୁନୀଲ ଲହରୀ ଓ ଦିପୀକା ଚିଖାଲିଆ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଦିନ ପ୍ରଖ୍ୟାତ ନୃତ୍ୟୁ ଶିଳ୍ପୀ, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳୀନି ପରିବେଷଣ କରିବେ ।

ଏହାରି ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ଅନୁସାରେ ଦେଶର ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସେହିପରି ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ବିଦେଶରୁ ୧୦୦ରୁ ଅଧିକ ବିଶେଷ ଅତିଥି ଯୋଗ ଦେବେ ।