ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ : ସୁବ୍ରମଣ୍ୟମ୍ ସ୍ୱାମୀ

ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ : ସୁବ୍ରମଣ୍ୟମ୍ ସ୍ୱାମୀ

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର‌୍ୟ୍ୟ ଆସନ୍ତା ଦୀପାବଳି ପୂର୍ବରୁ ଆରମ୍ଭ ହେବ: ବୋଲି କହିଛନ୍ତି ବିଜେପି ସାଂସଦ ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ୍ ସ୍ୱାମୀ। ଅଯୋଧ୍ୟାରେ ବାବ୍ରୀ ମସଜିଦ୍- ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ ରାୟ ଦେବାପରେ ଏକଥା କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ।

publive-imageସୁପ୍ରିମ୍ କୋର୍ଟଙ୍କ ରାୟ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି ଯେ ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶୁଣାଣିକୁ ଅଯଥାରେ ଅଧିକ କାଳ ପର୍ଯ୍ୟନ୍ତ ଗଡ଼ାଇବା ଉଦ୍ଦେଶ୍ୟରେ କେତେକ ମୁସ୍ଲିମ୍ ସଂଗଠନ ଏହି ମାମଲାର ଶୁଣାଣି ପାଇଁ ଏକ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ରହିଛି ବୋଲି ଦର୍ଶାଉଥିଲେ। ଯାହାକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ମନ୍ଦିର, ମସଜିଦ୍ ଓ ଚର୍ଚର ସମାନ ଗୁରୁତ୍ୱ ରହିଛି ବୋଲି କହିଛନ୍ତି। ତେଣୁ, ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଆଉ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe