ଭାରତରେ ଅଯୋଧ୍ୟା ଓ ଥାଇଲାଣ୍ଡରେ ଅୟୁଥ୍ୟା ଉଭୟ ସ୍ଥାନରେ କମ୍ପୁଛି ‘ଜୟ ଶ୍ରୀରାମ’ ନାରା, ଜାଣନ୍ତୁ ଉଭୟ ସ୍ଥାନ ମଧ୍ୟରେ କଣ ରହିଛି ସମାନତା

267

କନକ ବ୍ୟୁରୋ : ଆଜିର ଦିନ ହେଉଛି ଅଯୋଧ୍ୟାର । ସାରା ବିଶ୍ୱରେ ଆଜି ଅଯୋଧ୍ୟା ବିଷୟରେ ଆଲେଚନା କରାଯାଉଛି । ଆଜି ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଛି । ଆଜି ସାରା ଭାରତର ଲୋକେ ଏହାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି । ବିଦେଶରେ ମଧ୍ୟ ରାମଙ୍କ ନାମର ସ୍ୱର ଶୁଣିବାକୁ ମିଳୁଛି । ଏବେ ଯେତେବଳେ ଆମେ ଅଯୋଧ୍ୟାର କଥା କୁହୁଛୁ ସେତେବେଳେ ଏହିଭଳି ନାମରେ ଚାଲନ୍ତୁ ଏକ ଅନ୍ୟ ସହରର କଥା କହିବା । ଏହି ସହର ୧୩୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହା ଥାଇଲାଣ୍ଡରେ ଅବସ୍ଥିତ ।

ଏହି ସହର ନାମ ଅୟୁଥ୍ୟା, ଏହା ପୂର୍ବରୁ ଏକ ବିରାଟ ସାମ୍ରାଜ୍ୟର ରାଜଧାନୀ ଥିଲା । ଥାଇଲାଣ୍ଡରେ ଅୟୁଥ୍ୟା ରାଜଧାନୀ ବ୍ୟାଙ୍କକକ୍ ଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ।
ଅଯୋଧ୍ୟା ଓ ଅୟୁଥ୍ୟା ମଧ୍ୟରେ କିଛି ସମାନତା ମଧ୍ୟ ଅଛି । ଯେମିତି ଅଯୋଧ୍ୟା ସରୟୁ ନଦୀ କୂଳରେ ଅବସ୍ଥିତ ସେହିଭଳି ଅୟୁଥ୍ୟା ସହର ତିନୋଟି ନଦୀ ଦ୍ୱାରା ଘେରି ରହିଛି । କୁହାଯାଏ ଯେ ଅଯୋଧ୍ୟା ଓ ଅୟୁଥ୍ୟା ଏହି ଦୁଇଟି ଶବ୍ଦର ସମାନ ହେବା କୌଣସି ଆକସ୍ମିକ ନୁହେଁ ।

ବାସ୍ତବରେ ସଂସ୍କୃତ ଶବ୍ଦ ଗୁଡିକୁ ଅନୁକରଣ କରି ଏଠାରେ ନୂତନ ନାମ ସୃଷ୍ଟି କରାଯାଇଛି । ଭାରତର ପ୍ରାଚୀନ ସଭ୍ୟତା ଦକ୍ଷିଣ ପୂର୍ବ ଏସିଆ ଉପରେ ବହୁତ ଅଧିକା ପ୍ରଭାବ ପକାଇଛି । କୁହାଯାଏ ଯେ ଅୟୁଥ୍ୟା ପ୍ରତିଷ୍ଠା ହେବା ପୂର୍ବରୁ ରାମାୟଣ ଥାଇଲ୍ୟାଣ୍ଡରେ ରେ ପହଂଚିସାରିଥିଲା ।

ଥାଇଲ୍ୟାଣ୍ଡରେ ରାମାୟଣକୁ ରାମାକିଏନ୍ ନାମରେ ଜାଣନ୍ତି । ଏବଂ ଥାଇଲ୍ୟାଣ୍ଡର ଲୋକମାନେ ରାଜାଙ୍କୁ ଭଗବାନ ବିଷ୍ମୁର ପ୍ରତିରୂପ ମାନନ୍ତି । ଏହି ସବୁ କାରଣ ପାଇଁ ସେଠାରେ ଥିବା ରାଜାମାନଙ୍କୁ ରାମା-୧, ରାମା-୨ ଏହିଭଳି ବିଭିନ୍ନ ନାମରେ ଜାଣନ୍ତି ।

ଥାଇଲାଣ୍ଡରେ ସଂସ୍କୃତ ଭାଷା ବ୍ୟତୀତ ପାଲି ଭଳି ଭାଷାର ପ୍ରଭାବ ମଧ୍ୟ ଦେଖାଯାଏ । ୟୁନେସ୍କୋ ଅନୁସାରେ ଅନେକ ଦେଶର ରାଷ୍ଟ୍ରଦୂତମାନେ ଅୟୁଥ୍ୟାଙ୍କ ରାଜ ଦରବାରକୁୁ ଆସୁଥିଲେ । ଏହି ସବୁରେ ମୋଗଲ କୋର୍ଟ, ଜାପାନ ଏବଂ ଚୀନ ସାମ୍ରାଜ୍ୟର ଦୂତମାନେ ମଧ୍ୟ ଅଛନ୍ତି ।

ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପ୍ରାୟ ୭୭ ବର୍ଷ ପୁରଣ ହେବା ପାଇଁ ଯାଉଛି । ହେଲେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ଶତାଦ୍ଦୀ ପୁରୁଣା । ରାମାୟଣ କଥା କହିବା ପାଇଁ ଗଲେ ଏହାର ଅନେକ, ସଂସ୍କରଣ ଥାଇଲାଣ୍ଡରେ ହୋଇଛି । ଏହାକୁ ଥାଇ ରାଜା ରାମା-୧ ଦ୍ୱିତୀୟଥର ଲେଖିଥିଲେ । ରାମକିଏନ୍ ଏପର୍ଯ୍ୟନ୍ତ ଏଠାରେ ମଂଚସ୍ଥ ହୁଏ ।

ଅୟୁଥ୍ୟାର ଇତିହାସ ବିଷୟ କହିବା ପାଇଁ ଗଲେ ଏହା ଚତୁର୍ଦ୍ଦଶରୁ ଅଷ୍ଟାଦଶ ଶତାଦ୍ଦୀ ପର୍ଯ୍ୟନ୍ତ ବହୁତ ସମୃଦ୍ଧ ଥିଲା । ୧୭୬୭ ରେ ବର୍ମା ଏହା ଉପରେ ଆକ୍ରମଣ କରିଥଲା  । ଏହି ସହର ଆଉ ପୁନର୍ବାର ସ୍ଥାପିତ ହେଲା ନାହିଁ । ପ୍ରତ୍ୟେକ ମୂର୍ତ୍ତି ଏବଂ ଅଟ୍ଟାଳିକାର ଧ୍ୱଂସାବଶେଷ ଏଠାରେ ବିଦ୍ୟାମାନ ଅଛି ।