କନକ ବ୍ୟୁରୋ : ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ସେ, କେଉଁ ଆଡକୁ ଢ଼ଳିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗତକାଲି ଭୁବନେଶ୍ୱର ଆସି ବୈଜୟନ୍ତଙ୍କୁ ଭେଟିଥିଲେ ବରିଷ୍ଠ ବିଜେପି ନେତା ରାମମାଧବ । ସାଂସଦ ବୈଜୟନ୍ତଙ୍କ ବାପା ତଥା ପ୍ରତିଷ୍ଠିତ ଶିଳ୍ପପତୀ ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ରାମମାଧବ, ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ ।
ପାଖପାଖି ଦେଢ଼ ଘଂଟା କାଳ ସେ ବୈଜୟନ୍ତ ପଣ୍ଡାଙ୍କ ଘରେ ଥିଲେ । ଏହି ସମୟରେ ରାମମାଧବ, ବୈଜୟନ୍ତଙ୍କ ସହ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା କରିଥିଲେ ତାହା ଜଣାପଡ଼ି ନଥିଲେ ବି ଏହି ସାକ୍ଷାତ ଆଲୋଚନା ଆଉ ଏକ ଚର୍ଚ୍ଚା ଆଲୋଚନାର ସୁଯୋଗ ସୃଷ୍ଟି କରିଛି । ବଡ କଥା ହେଉଛି ରାମମାଧବଙ୍କ ଏହି ଗସ୍ତ ସଂପର୍କରେ ଓଡ଼ିଶାର କୌଣସି ନେତାଙ୍କ ପାଖରେ ସୂଚନା ନଥିଲା । ଅଚାନକ୍ ଆସି ରାମମାଧବ, ବୈଜୟନ୍ତଙ୍କୁ ସାକ୍ଷତ କରି ଫେରିଯାଇଥିଲେ । ତେବେ ରାମମାଧବଙ୍କ ଏଭଳି ହଠାତ୍ ଅଚାନକ ଗସ୍ତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-30-21h00m47s084.png)