ବିଜେପି ମହାସଚିବଙ୍କ ବଡ ବୟାନ ! କହିଲେ, “ଏନଆରସିରେ ଯାହାର ନାଁ ନାହିଁ ତାକୁ ଦେଶରୁ ବାହାର କରାଯିବ ।”

ବିଜେପି ମହାସଚିବଙ୍କ ବଡ ବୟାନ ! କହିଲେ, “ଏନଆରସିରେ ଯାହାର ନାଁ ନାହିଁ ତାକୁ ଦେଶରୁ ବାହାର କରାଯିବ ।”

source : The Quint

ଆସାମରେ ଲାଗୁ ହୋଇଥିବା ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜନ୍ (NRC) ର ପ୍ରସଙ୍ଗକୁ ନେଇ ରାଜନୈତିକ ସ୍ତରରେ ହୋହଲ୍ଲା ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ଜନତା ପାର୍ଟିର ମହାସଚିବ ରାମ ମାଧବ ଏହି ପ୍ରସଙ୍ଗକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ନିକଟରେ ରାମ ମାଧବ କହିଛନ୍ତି ଯେ, ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜି (NRC) ର ଅନ୍ତିମ ସୂଚୀରେ ସାମିଲ ହୋଇନଥିବା ଲୋକଙ୍କ ମତାଧିକାରକୁ ତାଙ୍କ ଠାରୁ ଦୂରେଇ ନିଆଯିବ ଏବଂ ତାଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡିବ ।

publive-image

ଏହି ଆଲୋଚନାଚକ୍ରରେ ମାଧବ କହିଥିଲେ ଯେ,୧୯୮୫ ରେ ହୋଇଥିବା “ଆସାମ ସମଝୋତା” ଅନୁସାରେ (NRC) କୁ ଅପଡେଟ୍ କରାଯାଉଛି । ଏହା ମୁତାବକ ସରକାର ରାଜ୍ୟର ଅବୈଧ ପ୍ରବେଶକାରୀଙ୍କ ଚିହ୍ନଟ କରି ସେମାନଙ୍କୁ ଦେଶରୁ ବାହାରକୁ ବାହାର କରିବାକୁ ପ୍ରତିବଦ୍ଧତା କରିଛନ୍ତି । ସେ କହିଥିଲେ, “ ଏନଆରସିରୁ ସବୁ ଅବୈଧ ପ୍ରବେଶକାରୀଙ୍କ ଚିହ୍ନଟ କରିବା ସୁନିଶ୍ଚିତ ହୋଇପାରିବ ତେବେ ଯାଇ ଆଉ ଏକ ପାଦ ସେମାନଙ୍କୁ ବିତାଡିତ କରିବାକୁ ହେବ । ଏହାର ଅର୍ଥ ଅବୈଧ ପ୍ରବେଶକାରୀଙ୍କ ନାଁ ମତଦାନରୁ ବାହାର କରାଯିବ ଏବଂ ସେମାନଙ୍କୁ ସବୁ ସରକାରୀ ଲାଭରୁ ବଞ୍ôଚତ କରାଯିବ । ଏଭଳି ଉପାୟରେ ଅବୈଧ ପ୍ରବେଶକାରୀଙ୍କୁ ଦେଶରୁ ବହିଷ୍କାର କରାଯିବ ।

publive-image

ଅବୈଧ ପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା ପାଇଁ ଭାରତକୁ ଅନ୍ତଃରାଷ୍ଟ୍ରୀୟ ଆଲୋଚନାର ସାମ୍ନା କରିବା ସ୍ଥିତି କଥା କହୁଥିବା ଲୋକଙ୍କୁ ଟାର୍ଗେଟ୍ କରି ମାଧବ କହିଥିଲେ,ବାଙ୍ଗଲାଦେଶ ମଧ୍ୟ ମିଆଁମାର ସହ ଯୋଗସୂତ୍ର ସ୍ଥାପନ କରୁଛି ଯାହା ଫଳରେ ସେଠାରେ ଅବୈଧ ଭାବରେ ରହିଆସୁଥିବା ରୋହିଙ୍ଗ୍ୟାଙ୍କୁ ବାହାର କରାଯାଇପାରିବ । ମିଆଁମାରରେ ଅତ୍ୟାଚାରର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନ୍ ବାଙ୍ଗଲାଦେଶରେ ଶରଣ ନେଇଛନ୍ତି ।

publive-image

ମାଧବ କହିଛନ୍ତି ଦୁନିଆରେ ଏମିତି କୌଣସି ଦେଶ ନାହିଁ ଯାହା ଅବୈଧ ପ୍ରବେଶକାରୀଙ୍କ ଉପସ୍ଥିତିକୁ ସହ୍ୟ କରିପାରିବ । ରାଜନୈତିକ କାରଣରୁ ଭାରତ କେବଳ ଏକମାତ୍ର ଦେଶ ଯାହା ଶରଣାର୍ଥୀଙ୍କ ପାଇଁ “ଧର୍ମଶାଳା” ପାଲଟିଯାଇଛି । ରାମ ମାଧବ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରି କହିଥିଲେ ଏନଆରସିର ପ୍ରଥମ ପ୍ରୟାସ ୧୯୫୦-୫୧ ମଧ୍ୟରେ କରାଯାଇଥିଲା ସେତେବେଳେ ବିଜେପି ଜନ୍ମ ମଧ୍ୟ ହୋଇନଥିଲା ଏବଂ ସେତେବେଳେ ପଣ୍ଡିତ ନେହେରୁ ହିଁ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଗ୍ରେଟ୍ ଗ୍ରାଣ୍ଡ ସନଙ୍କୁ ଥରେ ନିଜ ପାର୍ଟିର ଇତିହାସ ପୃଷ୍ଠାକୁ ଓଲଟାଇବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe