କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ଼ ଆନ୍ଦୋଳନ ଏବେ କର୍ଣ୍ଣାଟକରେ ଜାରି ରହିଛି । କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରମ୍ଭରୁ ଏହି ଯାତ୍ରା ସହ ଯୋଡ଼ି ହୋଇ ରହିଛନ୍ତି । ଶୁକ୍ରବାର ଏହି ଯାତ୍ରାରେ କିଛି ସ୍ୱତନ୍ତ୍ର ଲୋକେ ସାମିଲ୍ ହୋଇଥିଲେ । ଏହି ପଦଯାତ୍ରାରେ ରାମ, ଲକ୍ଷ୍ମଣ ଓ ହନୁମାନଙ୍କ ବେଶ ଧାରଣ କରିଥିବା କିଛି ସମର୍ଥନ ରାହୁଲ ଗାନ୍ଧୀଙ୍କ ସହ ଚାଲୁଥିବା ଦେଖିବାକୁ ମିଳିଛି । ଏହି କଳାକାରମାନେ ରାହୁଲଙ୍କ ସହ ବେଲାରୀରେ ସାମିଲ୍ ହୋଇଥିଲେ ।
ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଏବେ ୧ହଜାର କିଲୋମିଟର ଅତିକ୍ରମ କରିସାରିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଯାତ୍ରା ବର୍ତମାନ ସୁଦ୍ଧା ତାମିଲନାଡୁ ଓ କେରଳରେ ପହଂଚି ସାରିଛି । କର୍ଣ୍ଣାଟକ ପରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଡ଼କୁ ଗତି କରିବ । ଭାରତ ଯୋଡ଼ ଯାତ୍ରା ସେପ୍ଟେମ୍ବର ୩୦ ତାରିଖରେ କର୍ଣ୍ଣାଟକରେ ପ୍ରବେଶ କରିଥିଲା ଏବଂ ୨୧ ଦିନ ଭିତରେ ୫୧୧ କିଲୋମିଟର ଯାତ୍ରା ସାରି ଅକ୍ଟୋବର ୨୦ ତାରିଖରେ ରାଜ୍ୟ ଛାଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/whatsapp_image_2022-10-14_at_13.19.41-sixteen_nine.jpeg)