ଆସୁଛନ୍ତି ରାମ: ଅଯୋଧ୍ୟାରେ ‘ତ୍ରେତୟା ଯୁଗ’ର ଭ୍ରମ

123

କନକ ବ୍ୟୁରୋ: ଆଉ ମାତ୍ର କେଇ ଘଂଟାର ଅପେକ୍ଷା । ରାତି ପାହିଲେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେଥିପାଇଁ ସାଧୁ, ସନ୍ଥ ଓ ଭକ୍ତଙ୍କ ଗହଳଚହଳରେ ଚଳଚଂଚଳ ଅଯୋଧ୍ୟା ନଗର । ସୁନ୍ଦର ଆଲୋକମାଳାରେ ଝଲସୁଛି ରାମ ମନ୍ଦିର । କ୍ୱିଂଟାଲ କ୍ୱିଂଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା । ଲାଗୁଛି ତ୍ରେତୟା ଯୁଗକୁ ଫେରିଯାଇଛି ରାମ ନଗରୀ । ଭକ୍ତିମୟ ପରିବେଶରେ ସମସ୍ତଙ୍କ ଅପେକ୍ଷା ସେହି ମାହେନ୍ଦ୍ର ବେଳାକୁ ।

ଝଲୁସୁଛି ରାମଙ୍କ ନଗରୀ ଅଯୋଧ୍ୟା । ବିରାଜମାନ କରିବେ ରାମଲାଲା । ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାତି ପାହିଲେ ଅଯୋଧ୍ୟରେ ହେବ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା । ଏଥିପାଇଁ ରାମ ମୟ ହୋଇଛି ସାରା ଦେଶ, ରାମ ମୟ ହୋଇଛି ଅଯୋଧ୍ୟା । ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଭବ୍ୟ ମନ୍ଦିର ପ୍ରସ୍ତୁତ ହୋଇ ରହିଛି । ଅଯୋଧ୍ୟା ସହିତ ପୁରା ଦେଶରେ ଖାଲି ରାମ ହିଁ ରାମ । କୋଟି କୋଟି ଭକ୍ତଙ୍କ ଅପେକ୍ଷା ସେହି ୨୨ ଜାନୁଆରୀକୁ । ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ
-୧୬ ତାରିଖରୁ ଆରମ୍ଭ ହୋଇସାରିଛି ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ
-୨ହଜାର କ୍ୱିଂଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା

ଋବିବାର ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲାଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଛି । ରାମଲାଲାଙ୍କ ପାଇଁ ଅଯୋଧ୍ୟା ଏଭଳି ସଜେଇ ହୋଇଛି ଯେ, ଲାଗୁଚି ଯେମିତି ରାମଙ୍କ ଆଗମନ ପାଇଁ ତ୍ରେତୟା ଯୁଗକୁ ଫେରିଯାଇଛି ରାମଙ୍କ ନଗରୀ । ସୋମବାର ସେହି ମୂହୂର୍ତକୁ ସାରା ଦେଶ ଅପେକ୍ଷା କରିଛି ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବେ ଓ ରାମଲାଲଙ୍କ ପ୍ରାଣପ୍ରତିଷ୍ଠା ହେବ । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ,

-ସୋମବାର ଦିନ ୧୨ଟା ୦୫ରୁ ୧୨ଟା ୫୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ
-ଭବ୍ୟ ମନ୍ଦିରରେ ବିରାଜମାନ କରିବେ ପ୍ରଭୁ ରାମ
-ବିରାଜମାନ ବେଳେ ରାମଲାଲଙ୍କ ଆଖିରେ ପଟି ରହିବ
-ପ୍ରାଣପ୍ରତିଷ୍ଠା ସରିବା ପରେ ପଟି ଖୋଲାଯିବ
-ପଟି ଖୋଲାଯିବା ପରେ ରାମଲାଲାଙ୍କୁ ଦର୍ପଣ ଦେଖାଯିବ ଓ କଜଳ ଲଗାଯିବ
-ପ୍ରାଣପ୍ରତିଷ୍ଠା ସମୟରେ ଉପସ୍ଥିତି ରହିବେ ପ୍ରଧାନମନ୍ତ୍ରୀ
-ଏହି ସମୟରେ ୭ ହଜାର ଭିଆଇପି ମନ୍ଦିରରେ ଉପସ୍ଥିତ ରହିବେ
-ଏହା ପରେ ଅଯୋଧ୍ୟାରେ ସମାବେଶ କରିବେ ନରେନ୍ଦ୍ର ମୋଦି

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଯୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ପ୍ରାଣପ୍ରତିଷ୍ଠା ଓ,ହ ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ ।କୁହାଯାଏ, ଲଙ୍କା ବିଜୟ ପରେ ରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଘରେ ଘରେ ଭୋଗ ଲଗାଯାଇଥିଲା । ଦୀପ ପ୍ରଜ୍ୱଳନ କରାଯାଇଥିଲା ।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ତାମିଲନାଡୁର କୋଦଣ୍ଡାରାମାସ୍ୱାମୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଧନୁଷକୋଡିରେ ଥିବା ସମୁଦ୍ର କୂଳରେ ପହଂଚିଥିଲେ । ଆରିଚଲ ମୁନାଇ ପଏଂଟରେ ପ୍ରାଣାୟମ କରିଥିଲେ ନରେନ୍ଦ୍ର ମୋଦୀ ।